ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ରାଜ୍ୟ ସରକାର ସ୍କୁଲ ଛୁଟିକୁ ଆଉ ୩ ଦିନ ବୃଦ୍ଧି କରିଛନ୍ତି । ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସ୍କୁଲଗୁଡ଼ିକ ଜୁନ୍ ୧୮ତାରିଖରେ ଖୋଲିବାର ଥିଲା । କିନ୍ତୁ ଏବେ ଅସହ୍ୟ ଗରମ ଓ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାରୁ ସ୍କୁଲଗୁଡ଼ିକୁ ୨୧ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ପୂର୍ବରୁ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍କୁଲଗୁଡ଼ିକ ୧୮ତାରିଖ ସୋମବାର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଭାଗ ଏହି ଗ୍ରୀଷ୍ମ ଛୁଟିକୁ ଆଉ ୩ଦିନ ବଢ଼ାଇ ଦେଇଛନ୍ତି ।


