Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ: ୬ ମୃତ, ୧୨ ଗୁରୁତର

ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାର ଶଙ୍କରାପୁରମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଣ ହୋଲ୍‌ସେଲ୍ ଦୋକାନରେ ନିଆଁ ଲାଗିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୋକାନର ମାଲିକ ଓ ତାଙ୍କର କର୍ମଚାରୀ ଥିବା ଜଣାପଡ଼ିଛି। ଏହାଛଡା ଏଥିରେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ନିଆଁ କେମିତି ଲାଗିଲା ତାହା ଜଣାପଡ଼ି ନାହିଁ। ତେବେ ବାଣ ଦୋକାନରେ ନିଆଁ ଲାଗିବା ପରେ ସେଠାରେ ବିସ୍ଫୋରଣ ହୋଇଥିଲା ଓ ନିଆଁ ଆଖପାଖ ଦୋକାନ ଗୁଡ଼ିକୁ ବ୍ୟାପୀ ଯାଇଥିଲା। ଦୋକାନ ବାହାରେ ଥିବା ଗାଡିଗୁଡିକରେ ମଧ୍ୟ ନିଆଁ ଲାଗିଯାଇଥିଲା। ଫଳରେ ଅନ୍ୟମାନେ ଆହତ ହୋଇଛନ୍ତି। ଅନ୍ୟ ଦୋକାନ ଗୁଡ଼ିକରେ ଥିବା ଗ୍ୟାସ୍ ଟାଙ୍କି ଗୁଡ଼ିକ ନିଆଁ ସଂସ୍ପର୍ଶରେ ଆସି ଫାଟି ଯାଇଥିଲା ଓ ନିଆଁକୁ ଆହୁରି ବ୍ୟାପକ କରିଥିଲା। କଲ୍ଲାକୁରିଚି ଓ ତିରୁକୋଇଲୟୁରରୁ ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲେ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ସେହିପରି ଗୁରୁତର ଆହତ ହୋଇ ହସ୍‌ପିଟାଲ୍‌ରେ ଥିବା ବ୍ୟକ୍ତିମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ।

ସୂଚନାଯୋଗ୍ୟ, ପୂର୍ବରୁ ୧୦ ସେପ୍ଟେମ୍ବରକୁ ବିରୁଧନଗର ଜିଲ୍ଲାର ଥାୟିଲପଟୀରେ ଏକ ବାଣ ହୋଲସେଲ ଦୋକାନରେ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top