ଭାରତର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍ । ଆକ୍ସନରେ ମୋଦୀ ସରକାର। ୨୨ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ, ପାକିସ୍ତାନର ୪ ସାମିଲ। ବ୍ୟାନ ହେଲାନି ୭୭ ୟୁଟ୍ୟୁବ ଚ୍ୟାନେଲ। ଚାଇନିଜ ଆପ ପରେ ଏବେ ୟୁଟ୍ୟୁବ ଚ୍ୟାନେଲର ପାଳି । ଅପ୍ରଚାର କରୁଥିବା ଲୋକଙ୍କୁ ଚେତାଇଲେ ସରକାର । ଦେଶ ସୁରକ୍ଷାର ସୁରକ୍ଷା ସର୍ବାଗ୍ରେ, ମିଛ ସନ୍ଦେଶ ପହଞ୍ଚାଇଲେ ହେବ ଆକ୍ସନ । କେନ୍ଦ୍ର ସରକାର ବଡ଼ ଆକ୍ସନ ନେଇ ଦେଶରେ ବ୍ୟାନ କଲେ ୨୨ ୟୁଟ୍ୟୁବ ଚ୍ୟାନେଲ। ଭାରତର ରାଷ୍ଟ୍ରୀୟ ସୁରକ୍ଷା, ବିଦେଶ ସମ୍ପର୍କ ଏବଂ ସରକାରୀ ନିର୍ଦ୍ଦେଶର କରୁଥିଲେ ଅପପ୍ରଚାର ।
ଭାରତର ୧୮ ଏବଂ ପାକିସ୍ତାନର ୪ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ । ୩ଟି ଟ୍ୱିଟର, ଗୋଟିଏ ଫେସବୁକ୍ ଆକାଉଣ୍ଟ ଏବଂ ଗୋଟିଏ ୱେବସାଇଟକୁ ବ୍ଲକ କରିଛନ୍ତି ସରକାର। ବ୍ୟାନ ୟୁଟ୍ୟୁବ ଚ୍ୟାନେଲ ଗୁଡିକ ଲୋକକୁ ଭ୍ରମିତ କରୁଥିଲେ। ଟିଭି ଚ୍ୟାନେଲର ଲୋଗ ଏବଂ ଥମ୍ୱନେଲ ବ୍ୟବହାର କରି ମିଛ ପ୍ରଚାର କରୁଥିଲେ।
ପୂର୍ବରୁ ଏଭଳି ଚ୍ୟାନେଲ ଉପରେ ହୋଇସାରିଛି ଆକ୍ସନ। ୨୦୨୨ ଜାନୁଆରୀରେ ଗୁଇନ୍ଦା ସୂଚନାକୁ ଆଧାର କରି ୩୫ଟି ୟୁଟ୍ୟୁବ ଚ୍ୟାନେଲ ବ୍ଲକ କରିଥିଲେ କେନ୍ଦ୍ର ସରକାର। ଏହାସହ ଦୁଇଟି ଟ୍ୱିଟର ଆକାଉଣ୍ଟ, ୨ ଇନଷ୍ଟାଗ୍ରାମ, ୨ ୱେବସାଇଟ ଏବଂ ଗୋଟିଏ ଫେସବୁକ ଆକାଉଣ୍ଟ ହୋଇଥିଲା ବ୍ଲକ। ଏ ସବୁ ଆକାଉଣ୍ଟ ପାକିସ୍ତାନରୁ ହେଉଥିଲା ପରିଚାଳିତ । ଭାରତ ବିରୋଧରେ କରୁଥିଲେ ଅପପ୍ରଚାର। ସେହିପରି ୨୦୨୧ ଡିସେମ୍ୱର ମାସରେ ଗୁଇନ୍ଦା ନିର୍ଦ୍ଦେଶ ପରେ ବ୍ୟାନ ହୋଇଥିଲା ୨୦ଟି ୟୁଟ୍ୟୁବ ଚ୍ୟାନେଲ। କଶ୍ମୀର, ଭାରତୀୟ ସେନା, ଭାରତର ସଂଖ୍ୟାଲଘୁ, ରାମ ମନ୍ଦିର, ସିଡିଏ ଜେନେରାଲ ବିପିନ ରାୱତଙ୍କୁ ନେଇ ବିବାଦୀୟ ଷ୍ଟୋରୀ ପୋଷ୍ଟ କରିଥିଲେ।
ସରକାରଙ୍କ ଆକ୍ସନରୁ ସ୍ପଷ୍ଟ, ଦେଶ ବିରୋଧୀ କାର୍ଯ୍ୟାକଳାପକୁ କରାଯିବନି ବରଦାସ୍ତ । ଯିଏ ଅପପ୍ରଚାର କରିବ ହେବ ଆକ୍ସନ । ଦେଶର ସୁରକ୍ଷା ପ୍ରାଥମିକତା, କରାଯିବନି କୌଣସି ସାଲିସ୍।


