ରାୟଗଡା(ଓଡ଼ିଶା ୱେୟାର):ଶାନ୍ତିଦେବୀ ଅନାଥ ଓ ଆଦିବାସୀଙ୍କୁ ମୁଖ୍ଯସ୍ରୋତରେ ସାମିଲ କରିବା ପାଇଁ କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଦୀର୍ଘବର୍ଷ ଧରି କାମ କରିଥିଲେ । ରାୟଗଡ଼ାର ବିଭିନ୍ନ ସ୍ଥାନରେ ସେବା ସମାଜ ପ୍ରତିଷ୍ଠା କରି ଅନାଥ ଆଦିବାସୀଙ୍କୁ ଆଲୋକର ବାର୍ତ୍ତା ଦେଇଥତ୍ବା ପଦ୍ମଶ୍ରୀ ଶାନ୍ତିଦେବୀ ପରଲୋକ ଗମନ କରିଛନ୍ତି । ମୃତ୍ଯୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ନିଜର ନିଷ୍ଠାପର ସାଧନା, ଜନସେବା , । ୧୭ ବର୍ଷ ବୟସରୁ ଶାନ୍ତିଦେବୀ ସମାଜସେବା ଓ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ । ରାୟଗଡାର ବିଭିନ୍ନ ସ୍ଥାନରେ ସେବା ସମାଜ ପ୍ରତିଷ୍ଠା କରି ଅନାଥ ଆଦିବାସୀ ଶିଶୁଙ୍କୁ ଆଲୋକର ବାର୍ତ୍ତା ଦେଖାଇଥିଲେ ଗତବର୍ଷ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଥିଲେ ୧୯୩୪ ଏପ୍ରିଲ୍ ୧୮ରେ ବାଲେଶ୍ୱର ଜିଲ୍ଲାରେ ଶାନ୍ତି ଦେବୀ ଜନ୍ମ ଗ୍ରହଣ କରିଥିଲେ।


