ନୂଆଦିଲ୍ଲୀ: ସିଡିଏସ୍ ବିପିନ୍ ରାୱତଙ୍କ ପାର୍ଥିବ ଶରୀର ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ମୃତକଙ୍କ ପାର୍ଥୀବ ଶରୀର ନେଇ ଆସୁଥିବା ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ସିଡିଏସ୍ ବିପିନ୍ ରାୱତଙ୍କ ମୃତଦେହ ଥିବା ଜଣାପଡ଼ିଛି। କୋଏମ୍ବଟୁରର ମେଟ୍ଟାପଳୟମ ନିକଟ ଘାଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବିପିନ୍ ରାୱତ ପାର୍ଥିବ ଶରୀରକୁ ଅନ୍ୟ ଏକ ଆମ୍ବୁଲାନ୍ସରେ ପଠାଯାଇଛି। ତେବେ କେଉଁ କାରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଛି, ସେ ନେଇ କିଛି ସୂଚନା ମିଳିନାହିଁ।


