Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଫଗାନିସ୍ତାନରେ ଆମେରିକା ସେନା ପ୍ରତ୍ୟାହାର ନିଷ୍ପତ୍ତି ଠିକ୍‌ :ବାଇଡେନ୍‌

କାବୁଲ: ଆଫଗାନିସ୍ତାନ ଏବେ ତାଲିବାନ୍ କବ୍‌ଜାରେ। ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ସେଠାରେ ହାହାକାର ପରିସ୍ଥିତି ଉପୁଜିଛି। ତାଲିବନ୍ ଏବେ ରାଜଧାନୀ କାବୁଲକୁ ନିଜ ଅକ୍ତିଆରକୁ ନେଇଛି ଓ ଦେଶର ଶାସନଭାର ମଧ୍ୟ ନିଜ ହାତକୁ ନେଇସାରିଲାଣି। ଏଭଳି ସ୍‌ତିତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ ସେନା ପ୍ରତ୍ୟାହାର ନିଷ୍ପତ୍ତି ଠିକ୍‌।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଆମେରିକା ସେନା ପ୍ରତ୍ୟାହାର ସଠିକ ନିଷ୍ପତ୍ତି। ଯେଉଁଠି ଆଫଗାନ ସେନା ଲଢ଼ିବା ବା ମରିବାକୁ ପ୍ରସ୍ତୁତ ନୁହେଁ ସେଠାରେ ଆମେରିକା ସେନା ଲଢ଼ିବା ଉଚିତ୍ ନୁହୋଁ ମୁଁ ଜାଣିଛି ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତିକୁ ସମାଲୋଚନା କରାଯିବ । ମୁଁ ଏହି ସମାଲୋଚନାକୁ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ଅଛି। ଏହି ଦାୟିତ୍ୱ ମୁଁ ଅନ୍ୟ ଜଣେ ରାଷ୍ଟ୍ରପତିଙ୍କ ଉପରକୁ ଛାଡ଼ିବି ନାହିଁ । ଯାହା ଏବେ ଘଟିଲା, ତାହା ୫ ବର୍ଷ ବା ୧୫ ବର୍ଷ ପୂର୍ବରୁ ଘଟିପାରିଥାନ୍ତା । ଆଫଗାନିସ୍ତାନର ସ୍ଥିତିକୁ ନେଇ ଏଭଳି ବୟାନ ଦେଇଛନ୍ତି ବାଇଡେନ୍ ।

ଅନ୍ୟପଟେ ନିଜ ନାଗରିକଙ୍କୁ ଉଦ୍ଧାର କରିବାକୁ ସମସ୍ତ ଶକ୍ତି ଲଗାଇଦେଇଛି ଆମେରିକା। ଏୟାରପୋର୍ଟକୁ ସୁରକ୍ଷା ଦେବା ପାଇଁ ସମସ୍ତ ଚେଷ୍ଟା ଜାରି ରହିଛି । ନୌସେନା ସହ ଉ-୧୭ ଲ୍ୟାଣ୍ଡ କରିଛି। ଆଉ ଏକ ଉ-୧୭ ଲ୍ୟାଣ୍ଡ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଫସିଥିବା ଆମେରିକା ନାଗରିକ, ଆଫଗାନୀମାନଙ୍କୁ ଏୟାରଲିଫ୍ଟ କରିବାକୁ ପ୍ରୟାସ ଜାରି ରହିଛି ବୋଲି କହିଛି ପେଣ୍ଟାଗନ। ଆମ ସେନା କଡା ପ୍ରଶିକ୍ଷଣ ନେଇଛନ୍ତି। ସେମାନେ ମିଶନର ଜଟିଳତା ଓ ଗୁରୁତ୍ୱ ଜାଣିଛନ୍ତି। ଆଫଗାନିସ୍ତାନରେ ଏୟାରପୋର୍ଟକୁ ସୁରକ୍ଷା ଦେବା ଆମର ମିଶନ ଥିଲା ଓ ଆଜି ମଧ୍ୟ ଅଛି। ଯାହା ଦ୍ୱାରା ଫସିଥିବା ଲୋକଙ୍କୁ ଆମେ ଉଦ୍ଧାର କରିପାରିବୁ। ଦିନ ଶେଷ ସୁଦ୍ଧା ୩ହଜାରରୁ ୩୫୦୦ ସେନାଙ୍କ ପଠାଯାଇଛି। ଅପେରସନ ପାଇଁ ଏୟାର ଫିଲ୍ଡ ମୁକ୍ତ ରହିଛି। ଆମେରିକା ନାଗରିକଙ୍କୁ ଉଦ୍ଧାର କରାଯିବ ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top