Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅଶ୍ଳୀଳ ବ୍ୟବହାର କରି କିନ୍ନରକୁ ଭୁଲ ମାଗିଲେ ଅଟୋ ଚାଳକ

ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର):ରାଜଧାନୀ ରାଜରାସ୍ଥାରେ ଚାଲିଛି ହାଇଡ୍ରାମା। କିନ୍ନର ମାନଙ୍କ ଗୋଡ ଧରି ଭୁଲ ମାଗୁଛନ୍ତି ଜଣେ କ୍ୟାବ୍ ଅଟୋ ଚାଳକ। ଦେଖନ୍ତୁ ବାରମ୍ବାର ଭୁଲ ହୋଇଯାଇଛି ବୋଲି କହି ଗୋଡ ତଳେ ପଡି ଭୂଲ ମାଗୁଛନ୍ତି ଏହି ଡ୍ରାଇଭର ଜଣଙ୍କ। ବେଶ୍ କିଛି ସମୟ ରାଜଧାନୀ ରାଜରାସ୍ଥାରେ ଚାଲିଲା ଏମିତି ଡ୍ରାମା। ଏ ଚିତ୍ର ଦେଖି ଆପଣ ଭାବୁଥିବେ କଣ ଏମିତି କଲେ କି ଏ ଅଟୋ ଚାଳକ ଜଣଙ୍କ? ବୋଧହୁଏ କିନ୍ନରଙ୍କୁ ଭଡା ଅଧିକ ମାଗିଦେଇଛନ୍ତି। ନା, ଏମିତି ବିଲକୁଲ୍ ବି ହୋଇନି, କ୍ୟାବ୍ ଅଟୋ ଚାଳକ ଜଣକ ଚଳନ୍ତା ଗାଡିରେ କିନ୍ନରକୁ ଦୁର୍ବବ୍ୟହାର କରିବାକୁ ଚେଷ୍ଟା କରୁଥିଲେ। ଯାହାପରେ ଏମିତି ଅବସ୍ଥା ଦେଖିବାକୁ ମିଳିଛି।
ରାଜଧାନୀର ଜୟଦେବ ବିହାର ଓଭର ବ୍ରିଜ ଉପରେ ଅପରାହ୍ନ ସମୟରେ ଚାଲିଥିଲେ ଏହି ଡ୍ରାମା। ଓଲା ଅଟୋ ଚଲାଉଥିବା ଏହି ଚାଳକ ଜଣଙ୍କ ତାଙ୍କ ଗାଡିରେ ବସି ଯାତ୍ରା କରୁଥିବା ଜଣେ କିନ୍ନରଙ୍କୁ ଖରାପ ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ। ତାଙ୍କ ସହିତ ଅଶ୍ଳୀଳ ଆଚରଣ କରିବାକୁ ଚେଷ୍ଟା କରୁଥିଲେ। ଯାହାକୁ ବିରୋଧ କରି ଏପରି ହଙ୍ଗାମା କରିଥିଲେ କିନ୍ନରମାନେ।
ଅଟୋ ଚାଳକଙ୍କ ଏଭଳି ଅଭଦ୍ର ଆଚରଣ ସମ୍ପର୍କରେ ଜାଣିବା ପରେ ସେହି ବାଟ ଦେଇ ଯାଉଥିବା ଜଣେ ସମାଜସେବୀ ଅଟକି ଗଲେ। ଆଉ ପୂରା ଘଟଣା ଜାଣିବା ପରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଯାଇଥିଲେ। କାହିଁକିନା ଯଦି କିନ୍ନର ମାନଙ୍କ ସହିତ ଏଭଳି ଅଶ୍ଳୀଳ ଆଚରଣ କରାଯାଉଛି ତାହେଲେ ମହିଳା ଓ ଯୁବତୀ ଏମିତି ଆଚରଣର ଶିକାର ହୋଇପାରନ୍ତି। ତେଣୁ ଏଭଳି ଖରାପ ମାନସିକ ରଖୁଥିବା ଚାଳକଙ୍କୁ ସାବାଡ୍ କରିବାକୁ ସେ କିନ୍ନରଙ୍କୁ ଭୁଲ ମାଗିବାକୁ ଅଟୋ ଚାଳକଙ୍କୁ କହିଥିଲେ।
ତେବେ ଦିନକୁ ଦିନ ଅଟୋ ଚାଳକଙ୍କ ଏଭଳି ଆଚରଣ ବଢ଼ିବଢ଼ି ଚାଲିଛି। ପ୍ରଥମେ ତ ମଦ ପିଇ ଗାଡି ଚଲାଉଛନ୍ତି ପୁଣି ଦ୍ୱିତୀୟରେ ମଦ ନିଶାରେ ଅଶ୍ଳୀଳ ଆଚରଣ ବି କରୁଛନ୍ତି। ତେଣୁ ଏଭଳି ମାନସିକ ରଖୁଥିବା ଚାଳକଙ୍କୁ ନିହାତି ଭାବେ ଦଣ୍ଡ ମିଳିବା ଦରକାର।

Click to comment

Leave a Reply

Your email address will not be published. Required fields are marked *

Most Popular

To Top