ଏ ପର୍ୟ୍ୟନ୍ତ ଆପଣ କୁକୁର, ବିଲେଇ ଓ ଶୁଆ ଭଳି କେତେକ ପଶୁପକ୍ଷୀଙ୍କୁ ଦେଖିଥିବେ, ଯେଉଁମାନେ ଟ୍ରେନିଂ ପାଇବା ପରେ ଅଜବ କାରନାମା କରିଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ମୂଷାର ଭିଡ଼ିଓ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ।
ସୋସିଆଲ ମିଡ଼ିଆ ସାଇଟ ଟ୍ୱିଟରରେ ଈଙ୍କସଗ୍ଧରଦ୍ଭଶରଭସରୟରଦ୍ଭ ନାମକ ଆକାଉଣ୍ଟ ଏହି ଭିଡିଓ ସେୟାର କରିଛି। ଏକ ପାଳିତ ମୂଷା ‘ଡୋନଟ’କୁ ଜବରଦସ୍ତ ଟ୍ରେନିଂ ଦିଆଯାଇଛି, ଯାହାକୁ ଦେଖି ପୂରା ଦୁନିଆ ଚକିତ। ଡୋନଟର ୩୫ ସେକେଣ୍ଡର ଏହି ଭିଡିଓକୁ ୭ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।
ଭାଇରଲ ଭିଡ଼ିଓରେ ଦେଖିବାକୁ ମିଳୁଛି କି, ମୂଷା ବାସ୍କେଟବଲ ଖେଳୁଛି। ତାକୁ ବାସ୍କେଟବଲ ଖେଳିବାର ଟ୍ରେନିଂ ଦିଆଯାଇଛି। ଏଥିପାଇଁ ଅଲଗା ଭାବେ ଛୋଟିଆ ବାସ୍କେଟବଲ କୋର୍ଟ ତିଆରି କରାଯାଇଛି, ଯେଉଁଠି ସେ ନିଜର କୌଶଳ ଦେଖାଉଛି।


