ନୂଆଦିଲ୍ଲୀ : ଭାରତରେ ଡିସେମ୍ବର ୧୬ ରେ ରିଲିଜ ହେବାକୁ ଯାଉଛି ‘ସ୍ପାଇଡର୍ ମ୍ୟାନ୍ ନୋ ୱେ ହୋମ୍’ । ଚଳିତ ବର୍ଷର ସବୁଠାରୁ ବଡ ମାର୍ବଲ ଫିଲ୍ମ ମଧ୍ୟରୁ ଗୋଟିଏ ଶୋ’ ପାଇଁ ଯେଉଁଭଳି ଭାବେ ଆଡ଼ଭାନ୍ସ ବୁକିଂ ହେଉଛି ତାକୁ ଦେଖି ଅସ୍ବୀକାର କରିହେବନି ଯେ ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହେବ। ଫିଲ୍ମକୁ ନେଇ ଇଣ୍ଡିଆନ ବକ୍ସ ଅଫିସ ଦର୍ଶକଙ୍କ ଉତ୍ସାହ ସବୁ ରେକର୍ଡ ଭାଙ୍ଗି ଦେଇଛି । ମାର୍ବଲ ଫିଲ୍ମ ସାରା ବିଶ୍ୱରେ ଲୋକପ୍ରିୟ। କିନ୍ତୁ ଭାରତରେ ମାର୍ବଲ ଫିଲ୍ମର ଏକ ବଡ ବଜାର ଅଛି।
ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଟମ ହଲେଣ୍ଡ। ଫିଲ୍ମରେ ମଲ୍ଟି ୟୁନିଭର୍ସ ସମ୍ପର୍କରେ ଦର୍ଶାଯାଇଛି ଯେଉଁଥିରେ ଟାଇମ ଜୋନର ସବୁ ଭିଲେନ ଏକାସାଙ୍ଗେ ଗୋଟିଏ ସ୍ଥାନକୁ ଆସିଥାନ୍ତି। ଫିଲ୍ମଟି ଭାରତରେ ହିନ୍ଦୀ, ଇଂରାଜୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ ହେବା।
ହଲିଉଡ଼ ଫିଲ୍ମ ‘ସ୍ପାଇଡର୍ ମ୍ୟାନ୍ ନୋ ୱେ ହୋମ୍’ ରିଲିଜ ହେବା ପୂର୍ବରୁ ଧୁମ କଲାଣି। ଜୋରସୋରର ଫିଲ୍ମର ବୁକିଂ ହେଉଛି। ଜଣାଶୁଣା ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟରରେ ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛନ୍ତି, ଆଶ୍ଚର୍ଯ୍ୟଜନକ ଭାବେ ଅନେକ ସ୍ଥାନରେ ଟିକେଟ ୨୨୦୦ ଟଙ୍କା ହୋଇଯାଇଛି। ଶୋ’ ଆଡ଼ଭାନ୍ସରେ ହାଉସଫୁଲ ହୋଇଗଲାଣି। ଏଥିରୁ ସ୍ପଷ୍ଟ ଯେ ରୋମାଞ୍ଚକ ମନୋରଞ୍ଜନ ପାଇଁ ସିନେପ୍ରେମୀ ନିଜ ପକେଟ ଖାଲି କରିବାକୁ ମଧ୍ୟ ପ୍ରସ୍ତୁତ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...