Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜ୍ୟରେ କୋଟିଏ ଟପିଲା ପ୍ରଥମ ଡୋଜ କୋଭିଡ୍ ଟିକା

ଭୁବନେଶ୍ୱର, (ଓଡ଼ିଶା ୱେୟାର):
କୋଟିଏ ଟପିଲା ସିଙ୍ଗଲ୍ ଡୋଜ୍ । ଓଡ଼ିଶାରେ ପ୍ରଥମ ଡୋଜ କୋଭିଟା ଟିକା ୧ କୋଟି ଲୋକେ ନେଇସାରିଲେଣି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏପଟେ କରୋନାର ଦ୍ୱିତୀୟ ଲହର ନ ସରୁଣୁ ଆଶଙ୍କା କରାଯାଉଛି ଯେ, ହୁଏତ ତୃତୀୟ ଲହର ମଧ୍ୟ ଆସିପାରେ। ଯଦି କରୋନାର ତୃତୀୟ ଲହର ଆସେ, ତେବେ ଏହା ଦ୍ୱିତୀୟ ଲହର ପରି ସେତେଟା ସାଂଘାତିକ ହେବନି ବୋଲି ଆକଳନ କରାଯାଉଛି।
କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ ଟିମ୍ ଅନୁସାରେ ଦ୍ୱିତୀୟ ଲହରର ଅଧା ହୋଇପାରେ ତୃତୀୟ ଲହର। ଦ୍ୱିତୀୟ ଲହରରେ ଦିନକୁ ଯେତେ ସଂକ୍ରମିତ ଚିହ୍ନଟ ହେଉଥିଲା, ତୃତୀୟ ଲହରରେ ତାର ଅଧା ଲୋକ ପଜିଟିଭ ବାହାରିପାରନ୍ତି ।
ଏହି ବିଶେଷଜ୍ଞ ଟିମର ପୂର୍ବାନୁମାନ ଅନୁସାରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଆସିବାର ଆଶଙ୍କା ଅଛି। ସେପଟେ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ସମସ୍ତ ଜିଲ୍ଲା ପ୍ରଶାସନ ଓ ହସ୍ପିଟାଲକୁ ସଜାଗ ରଖାଯାଇଛି । ଡାକ୍ତର, ନର୍ସଙ୍କୁ ଟ୍ରେନିଂ ଦିଆଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଭିମ୍ସାରରେ ୨୦, ଏସ୍ସିବିରେ ୧୦, ବାଲେଶ୍ୱରରେ ୧୦ଟି ବେଡ୍ ବ୍ୟବସ୍ଥା ହେଉଥିବା ସେ ଦୋହରାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top