ନୂଆଦିଲ୍ଲୀ: BioNTech ଟେକ୍ନୋଲୋଜି ଦ୍ୱାରା କୋଭିଡ ମହାମାରୀ ପାଇଁ ଭ୍ୟାକସିନ ବାହାର କରିବା ପରେ ଏବେ ମ୍ୟାଲେରିଆ ପାଇଁ ନିଜର ପ୍ରଥମ ଭ୍ୟାକସିନ ବାହାର କରିବାକୁ ଯାଉଛି। ମ୍ୟାଲେରିଆ ପାଇଁ ଭ୍ୟାକସିନ ବାହାର କରିବାର ଯୋଜନା ବନାଉଛି BioNTech । ଯଦ୍ୱାରା ଲୋକଙ୍କ ସଂକ୍ରମଣ ତଥା ମୃତ୍ୟୁ ସଂଖ୍ୟାକୁ ନିୟନ୍ତ୍ରଣ ରଖିହେବ।
ବାୟୋଏନଟିକ ମ୍ୟାଲେରିଆକୁ ନିୟନ୍ତ୍ରଣ କରିବା ପାଇଁ କେଇଏନୟୁପି ଫାଉଣ୍ଡେସନର ନେତୃତ୍ୱରେ ଇରେଡିକେଟ ମ୍ୟାଲେରିଆ ରୋଧି ଇଞ୍ଜେକସନ ସହିତ ନିଜର ସଫଳ କୋଭିଡ ୧୯ ଭ୍ୟାକସିନକୁ ମର୍ଜ ବା ଟ୍ରାକ କରିବା ପାଇଁ ଯୋଜନା ବନାଇଛି। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଆଫ୍ରିକା ସିଡିସି ସପୋର୍ଟ କରିବ।
ଜର୍ମାନ ବାୟୋଟେକ୍ନୋଲୋଜି କମ୍ପାନୀ BioNTech ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ଟୀକାର ସଫଳ ପରୀକ୍ଷଣ କରିବାକୁ ଯାଉଛି।ମକ୍ଟ ବାୟୋଏନଟେକର ସିଇଓ ଅଗୁର ସାହିନଙ୍କ କହିବା ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁରୋପୀୟ ଆୟୋଗ ଏବଂ କେଇଏନୟୁପି ଫାଉଣ୍ଡେସନ ଦ୍ୱାରା ସମର୍ଥିତ ପରିଯୋଜନା ଲକ୍ଷ୍ୟ ରହିଛି ଯେ ସଫଳ ମ୍ୟାଲେରିଆ ଇଞ୍ଜେକସନ ସହିତ ଅନ୍ୟ ସମସ୍ତ ଟୀକାର ଉତ୍ପାଦନ କ୍ଷେତ୍ରରେ ଆବଶ୍ୟକ ଉପକରଣର ନିର୍ମାଣ କରାଯିବ।
ଫାଇଜର-ବାୟୋଏନଟିକ ଏବଂ ମଡର୍ଣ୍ଣ ଦ୍ୱାରା ନିର୍ମିତ କୋଭିଡ ୧୯ର ଭ୍ୟାକସିନ ଜ୍ଞଜଘଇ ଟେକ୍ନୋଲୋଜି ମୁନଷ୍ୟ ଶରୀରରେ ପ୍ରୋଟିନ ତିଆରି କରିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ। ଏହା ଶରୀରରେ ଶୀଘ୍ର ପ୍ରଭାବ ପକାଇଥାଏ। ତେବେ ମ୍ୟାଲେରିଆ ଏବଂ କୋଭିଡ ୧୯ ସମେତ ଅନ୍ୟାନ୍ୟ ରୋଗ ଜନିତ ସମ୍ବନ୍ଧିତ ମୃତ୍ୟୁକୁ ରୋକିବା ପାଇଁ ଟୀକାର ଉନ୍ନତିକରଣ ପ୍ରକ୍ରିୟା ପାଇଁ ନିଷ୍ପତ୍ତି ନିଆଯାଇଛି।


