Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୨୦୮ କୋଟିରେ ବିକ୍ରି ହେବ ଓସାମା ବିନ ଲାଦେନର ଭାଇର ଘର

ନୂଆଦିଲ୍ଲୀ: ବିଶ୍ବର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସାମା ବିନ ଲାଦେନର ସମ୍ପର୍କୀୟ ଭାଇର ଘର ବିକ୍ରି ହେବାକୁ ଯାଉଛି । ଆମେରିକାରେ ଥିବା ଏହି ଘରର ମୂଲ୍ୟ ୨୦୮ କୋଟି ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡ଼ିଛି । ତେବେ ୯୦ ବର୍ଷ ପୁରୁଣା ଏହି ଘରଟି ଆମେରିକାର ଲସ ଆଞ୍ଜେଲସର ୬୩୪ ଷ୍ଟୋନ କୈଲୟୋନ ରୋଡ଼ ଅଞ୍ଚଳରେ ରହିଥିବା ଜଣାପଡ଼ିଛି ।
୧୯୩୧ ମସିହାରେ ଏହି ବିଳାସମୟ ବଙ୍ଗଳାର ନିର୍ମାଣ କରାଯାଇଥିଲା । ୨ ଏକର ପରିବ୍ୟାପ୍ତ ଜମି ଉପରେ ଏହି ବିଶାଳକାୟ ଘରଟି ରହିଛି । ୭୧୦୦ ବର୍ଗଫୁଟ ରେ ନିର୍ମାଣଧୀନ ଏହି ଘରେ ୭ଟି ବେଡରୁମ ଓ ୫ଟି ବାଥରୁମ ରହିଛି । ତେବେ ଏକ ରିପୋର୍ଟ ଅନୁଯାୟୀ ଓସାମା ବିନ ଲାଦେନର ସମ୍ପର୍କୀୟ ଭାଇ ଇବ୍ରାହିମ ବିନ ଲାଦେନ ୧୯୮୩ ମସିହାରେ ଏହି ଘରକୁ ୧୬.୫୩ ଆମେରିକୀୟ ଡଲାର (ଭାରତୀୟ ଟଙ୍କାର ପ୍ରାୟ ୧୨ କୋଟି ଟଙ୍କା)ରେ କିଣିଥିବା ଜଣାଯାଏ ।
୨୦୦୧ ମସିହାରେ ୯ ସେପ୍ଟେମ୍ବରରେ ହୋଇଥିବା ଓ୍ବାଲ୍ଡ ଟ୍ରେଡ଼ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣ ସମୟରେ ଇବ୍ରାହିମ ବିଦେଶରେ ଛୁଟି ବିତାଉଥିଲା । ମାତ୍ର ଏହି ଆକ୍ରମଣ ପରଠାରୁ ଇବ୍ରାହିମ ଆମେରିକା ଫେରିନଥିବା କୁହାଯାଉଛି । ସେବେଠାରୁ ହିଁ ସେହି ବଙ୍ଗଳା ଖାଲି ପଡ଼ିଥିବା ଜଣାଯାଏ ।
ତେବେ ଏହି ବଙ୍ଗଳା ନିକଟରେ ରହିଛି ଆଉ ଦୁଇଟି ଭବ୍ୟ ବଙ୍ଗଳା । ସେଥିମଧ୍ୟରୁ ଗୋଟିଏ ଇଜ୍ରାଏଲରେ ଜନ୍ମିତ ବେନି ଆଲଗମ ଓ ଅନ୍ୟଟି ଜେଫରି କପଲାନଙ୍କ ଘର । ବେଲିଙ୍କ ଘର ପ୍ରାୟ ୩୬ ହଜାର ବର୍ଗଫୁଟରେ ନିର୍ମାଣ ହୋଇଥିବା ବେଳେ ଜେଫରିଙ୍କ ଘର ୪୩ ହଜାର ବର୍ଗଫୁଟରେ ନିର୍ମାଣ କରାଯାଇଛି ।
ତେବେ ଇବ୍ରାହିମ ତାଙ୍କ ଘର ଚତୁଃପାର୍ଶ୍ବରେ ସବୁଜ ବଳୟ ସୃଷ୍ଟି କରିଥିଲେ । ମାତ୍ର ତାହା ଆଜି ଜଙ୍ଗଲରେ ପରିଣତ ହୋଇଯାଇଛି । ଏହି ଘରେ ନିର୍ମାଣ କରାଯାଇଥିବା ଫାଉଣ୍ଟେନ ମଧ୍ୟ ଭାଙ୍ଗିରୁଜି ଯାଇଥିବା ଜଣାଯାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top