Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଧାନସଭାରେ ଉଠିଲା ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): କେମିତି ହେଲା ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ଘଟଣା ଘଟିବାର ୨ ମାସ ପରେ କାହିଁକି ସତ ପଦାକୁ ଆସିପାରୁନି ? ମୃତ୍ୟୁ ଷଡ଼ଯନ୍ତ୍ରରେ ନାମ ଉଠିଥିବା ଡିଏଫଓଙ୍କୁ ସୁରକ୍ଷା ଦେଉଛି କିଏ ? ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁକୁ ନେଇ ଆଜି ବିଧାନସଭାରେ ପ୍ରସଙ୍ଗ ଉଠିଥିଲା।
ମାସାଧିକ କାଳ ତଦନ୍ତ ପରେ ବି ଏଏସିଏଫଙ୍କ ମୃତ୍ୟୁ କିପରି ହେଲା ସେ ସମ୍ପର୍କରେ ସ୍ପଷ୍ଟ ହୋଇପାରିନି। ଆଜି ଏନେଇ ଗୃହରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ। ମାମଲାରେ ପ୍ରଥମେ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି। ହେଲେ ତଥାପି କୌଣସି ନିଷ୍କର୍ସରେ ପହଞ୍ଚି ପାରିନି ତଦନ୍ତକାରୀ ସଂସ୍ଥା । ମୁଖ୍ୟ ଅଭିଯୁକ୍ତ ଏଏସିଏଫଙ୍କ ସ୍ତ୍ରୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ ବେହେରା ଓ ରୋଷେୟାଙ୍କୁ ଜେରା କରାଗଲା । ହେଲେ ଥାନାରେ ନ ଡାକି ଘରେ ପଚରାଉଚରା କରାଯାଇଥିଲା। ଖାଲି ଏତିକି ନୁହେଁ ଏହି ମାମଲାରେ ଏବେ ଗୁରୁତ୍ୱପୂର୍ଣ୍ଣ ଦିଗ ପଦାକୁ ଆସିଥିବା କହିଛନ୍ତି ବିଧାୟକ। ଗଜପତି ଜିଲ୍ଲାର ଜଙ୍ଗଲରୁ ରକ୍ତ ଚନ୍ଦନ କାଠ ଚୋରି ହେଉଛି। ପଡ଼ୋଶୀ ରାଜ୍ୟକୁ ଏସବୁ ଚାଲାଣ କରାଯାଉଛି। ତେବେ ଡିଏଫ୍ଓ କଣ ଏସମ୍ପର୍କରେ ଜାଣିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ସମସ୍ତ ଘଟଣାକୁ ଦେଖିଲେ ଲାଗୁଛି ରାଜ୍ୟ ସରକାର ଡିଏଫ୍ଓଙ୍କୁ ସୁରକ୍ଷା ଦେଉଛନ୍ତି। ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଛି। ତେଣୁ ସତ ଘଟଣା ସାମ୍ନାକୁ ଆସୁ ବୋଲି ପାରଳାଖେମୁଣ୍ଡି ବିଧାୟକ ଗୃହରେ ଦାବି କରିଛନ୍ତି।
ଇତି ମଧ୍ୟରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରୁ ରହସ୍ୟର ପରଦା ହଟି ନଥିବା ବେଳେ ଗଙ୍ଗା ପ୍ରଧାନ ନାମକ ଜଣେ ଯୁବକ ସାମ୍ନାକୁ ଆସିଥିଲେ। ସେ ଗଣମାଧ୍ୟମ ସମ୍ମୁଖରେ ଦେଇଥିଲେ ବିସ୍ଫୋରକ ବୟାନ। ଗଙ୍ଗା କହିଥିଲେ, ଯେ ରାତି ସାଢ଼େ ୧୨ଟାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରକୁ ଯିବାର ସେ ଦେଖିଛନ୍ତି। ଥରୁଟିଏ ସେ ଡିଏଫ୍‌ଓଙ୍କୁ ସେଠାକୁ ଯିବାର ଦେଖିଛନ୍ତି। ତେବେ ସେତେବେଳେ ସୌମ୍ୟରଞ୍ଜନ ମହାପାତ୍ର ଘରେ ଥିଲେ କି ନାଇଟ୍ ଡ୍ୟୁଟିରେ ଯାଇଥିଲେ, ତାହା ସେ ଜାଣି ନାହାନ୍ତି ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top