ନୂଆଦିଲ୍ଲୀ : ରାସ୍ତାରେ ଚାଲୁଥିବା ପୁରୁଣା ଯାନଗୁଡ଼ିକୁ କାବାଡ଼ ଖାନା ପଠାଇବା ପାଇଁ ସରକାର ଏକ ନୂତନ ଗାଡି ସ୍କ୍ରାପ୍ ନୀତି ଜାରି କରିଛନ୍ତି । ଏଥିପାଇଁ ସାରା ଦେଶରେ ପଞ୍ଜୀକୃତ ଯାନ ସ୍କ୍ରାପିଂ ସୁବିଧା (RVSF) ଆରମ୍ଭ କରାଯିବ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଟ୍ୱିଟ୍ କରି କହିଛନ୍ତି ଯେ CMVR, 1989 ର ନିୟମ 52 ଅନୁଯାୟୀ ପଞ୍ଜୀକରଣ ପ୍ରମାଣପତ୍ର ନବୀକରଣ କରିନଥିବା ଗାଡିଗୁଡିକ RVSFରେ ସ୍କ୍ରାପ୍ କରାଯିବା ।
RSVF ରେ ମଧ୍ୟ ଏହିପରି ଯାନଗୁଡିକର ସ୍କ୍ରାପ୍ କରାଯାଇପାରିବ , ଯାହା ମୋଟର ଯାନ ଅଧିନିୟମ, 1988 ର ଧାରା -62 ଅନୁଯାୟୀ ଫିଟନେସ୍ ସାର୍ଟିଫିକେଟ୍ ଦିଆଯାଇ ନାହିଁ । ଏହା ସହିତ ଯେଉଁ ଯାନବାହାନ ଗୁଡିକ ଅଗ୍ନି, ଦଙ୍ଗା, ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ବିପର୍ଯ୍ୟୟ କାରଣରୁ ନଷ୍ଟ ହୋଇଯାଏ , ତେବେ ଏହା ପରେ ସେହି ଗାଡିର ମାଲିକ ନିଜେ ଏହାକୁ ସ୍କ୍ରାପ ବୋଲି ଘୋଷଣା କରିବେ, ଏହିପରି ଯାନଗୁଡ଼ିକୁ RSVF ରେ ସ୍କ୍ରାପରେ ପରିଣତ କରାଯାଇପାରିବ।
ଏହା ସହିତ ଯେଉଁ ଯାନଗୁଡିକ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକ୍ଷମ ହେବ ନାହିଁ କିମ୍ବା ଏହାର ମରାମତି ସମ୍ଭବ ନୁହେଁ, ସେଗୁଡିକ RSVF ରେ ସ୍କେର୍ପିଙ୍ଗ କରାଯିବା ପାଇଁ ପଠାଇଦିଆଯିବ । ଏହା ବ୍ୟତୀତ, ଯେକୌଣସି ଆଇନ ଏଜେନ୍ସି ଦ୍ୱାରା ନିଲାମ, ଜବତ କିମ୍ବା ଅନାବଶ୍ୟକ ଯାନଗୁଡିକ RSVF ରେ ସ୍କ୍ରାପ୍ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ଏବଂ ଯେଉଁ ଯାନବାହାନ ଗୁଡିକ ବିଶେଷକରି ଖଣି, ରାଜପଥ, ବିଦ୍ୟୁତ୍, ଚାଷଜମି, କାରଖାନା, ବିମାନବନ୍ଦର ଇତ୍ୟାଦି ପ୍ରକଳ୍ପଗୁଡିକ ପାଇଁ ଉପଯୋଗୀ ନୁହେଁ , ଏହି ଗାଡିର ମାଲିକ ଏହିପରି ଯାନ ସ୍କ୍ରାପ ବୋଲି ପ୍ରମାଣିତ କରିପାରିବେ । ପରେ ଏହାକୁ RVSF କୁ ମଧ୍ୟ ରେଫର୍ କରାଯାଇପାରିବ ।


