Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଫାଇଜର ଟିକାର ତୃତୀୟ ଡୋଜ ଅଧିକ ପ୍ରଭାବଶାଳୀ: ଗବେଷକ

ୱାସିଂଟନ : ଏକ ନୂଆ ଅଧ୍ୟୟନରୁ ଜଣା ପଡ଼ିଛି ଫାଇଜର କୋଭିଡ-୧୯ ଟିକାର ତୃତୀୟ ଡୋଜ ସଂକ୍ରମଣ ଓ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ରକ୍ଷା ପାଇବା ପାଇଁ ପ୍ରଥମ ଦୁଇଟି ଡୋଜ ତୁଳନାରେ ଅଧିକ ପ୍ରଭାବଶାଳୀ । ‘ଲେନସେଟ ରିଜୋନାଲ ହେଲଥ ଆମେରିକାଜ’ରେ ପ୍ରକାଶିତ ଏହି ଅଧ୍ୟୟନରେ ଟିକାକରଣର ୮ ମାସପରେ ସଂକ୍ରମଣ ଓ ଡାକ୍ତରଖାନାରେ ଭର୍ତ୍ତିହେବାର ସ୍ଥିତି ଓ କୋଭିଡ ଜନିତ ମୃତ୍ୟୁ ଘଟଣାରେ ଫାଇଜର ଟିକାର ଦୁଇଟି ଡୋଜ ଟିକାର ପ୍ରଭାବଶାଳୀତାକୁ ଆକଳନ କରାଯାଇଛି ।
ଗବେଷକମାନେ ଟିକାକରଣ ପରେ ତିନିମାସ ପର୍ଯ୍ୟନ୍ତ ଟିକାର ତୃତୀୟ ଡୋଜର ପ୍ରଭାବଶୀଳତାକୁ ଆକଳନ କରିଛନ୍ତି । ଏହି ଅଧ୍ୟୟନ ୨୦୨୦ ଡିସେମ୍ବରରୁ ୨୦୨୧ ମଧ୍ୟରେ କରାଯାଇଥିଲା । ଏହି ଅଧ୍ୟୟନେରେ ଦକ୍ଷିଣ କାଲିଫର୍ଣ୍ଣିଆର ହେଲଥ କେୟାର କମ୍ପାନୀ ‘କେଶର ପରମାନେଟ’ ୩୧ ଲକ୍ଷ ସଦସ୍ୟଙ୍କ ଇଲେକ୍ଟ୍ରୋନିକ ସ୍ୱାସ୍ଥ୍ୟ ରେକର୍ଡର ବିଶ୍ଳେଷଣ କରାଯାଇଥିଲା ।
ଅଧ୍ୟୟନରେ ଫାଇଜର କୋଭିଡ ନିରୋଧି ଟିକାର ଦୁଇଟି ଡୋଜର ପ୍ରଭାବ ଓ ତୃତୀୟ ଡୋଜର ପ୍ରଭାବ ଆକଳନ କରାଯାଇଥିଲା। ସେଥିରୁ ଜଣା ପଡ଼ିଥିଲା ତୃତୀୟ ଡୋଜ ଟିକାରୁ ଯେଉଁ ଲାଭ ମିଳୁଛି ତାହା ଦୁଇଟି ଡୋଜ ଟିକାରୁ ମିଳୁଥିବା ଲାଭ ଅପେକ୍ଷା ବହୁତ ଅଧିକ। ଏହି ଅଧ୍ୟୟନ ସମୟରେ ୧ଲକ୍ଷ ୯୭ହଜାର ୫୩୫ ଜଣ ଲୋକ କରୋନା ଭୁତାଣୁ ସଂକ୍ରମିତ ହୋଇଥିଲେ। ଓ ସେମାନଙ୍କ ମଧ୍ୟରୁ ୧୫ହଜାର ୭୮୬ଜଣ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ଏହି ଅଧ୍ୟୟନ ସମୟରେ କରୋନା ଭାଇରସର ଡେଲଟା ଭ୍ୟାରିଆଣ୍ଟ ଥିଲା । କିନ୍ତୁ ସେତେବେଳେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇ ନଥିଲା। ଅଧ୍ୟୟନକରେ ଜଣାପଡ଼ିଲାକି ଫାଇଜର ଟିକାର ଦୁଇଟି ଡୋଜ ନେଲା ପରେ ସଂକ୍ରମଣ ବିରୋଧରେ ମିଳୁଥିବା ସୁରକ୍ଷା ପ୍ରଥମ ମାସ ପରେ ୮୫ ପ୍ରତିଶତରୁ ୮ ମାସ ପରେ କମି ୪୯ ପ୍ରତିଶତକୁ କମିଯାଉଛି । କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବା ମାମଲାରେ ଦୁଇଟି ଡୋଜରୁ ମିଳୁଥିବା ସୁରକ୍ଷା ୮ ମାସ ପର୍ଯ୍ୟନ୍ତ ୯୦ ପ୍ରତିଶତ ରହୁଛି ଓ ଏଥିରେ ରୋଗ ପ୍ରତିରୋଧକ ଶକ୍ତି କମୁଥିବା ଲକ୍ଷ କରାଯାଇ ନାହିଁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top