Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

‘ଅବ୍ବା ଜାନ’ ମନ୍ତବ୍ୟରେ ବାକଯୁଦ୍ଧ ଜୋରଦାର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆଗକୁ ବିଧାନସଭା ନିର୍ବାଚନ ରହିଛି । ତେବେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟରେ ନିର୍ବାଚନ ଉଷ୍ମତା ପାଇବାରେ ଲାଗିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି କଡ଼ା ସମାଲୋଚନା କରିଛନ୍ତି । କଟାକ୍ଷ କରି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଅଖିଳେଶଙ୍କୁ ଅବ୍ବାଜାନ ବୋଲି ସମ୍ବୋଧନ କରିଛନ୍ତି । ତେବେ ଏହି ଅବ୍ବାଜାନ ଶବ୍ଦକୁ ନେଇ ରାଜ୍ୟରେ ରାଜନୈତିକ ତୁମ୍ଭିତୋଫାନ ଆରମ୍ଭ ହୋଇ ଯାଇଛି ।
ଏହି ଶବ୍ଦକୁ ଅଖିଳେଶ କଡ଼ା ବିରୋଧ କରିଥିବା ବେଳେ ବିଜେପି ନେତା ସିଦ୍ଧାର୍ଥ ନାଥ ଅଖିଳେଶଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଉତ୍ତରପ୍ରଦେଶର ସରକାରର କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ନାଥ କହିଛନ୍ତି ଅଖିଳେଶଙ୍କୁ ପ୍ରଶ୍ନ କଲେ ଅବ୍ବା ଶବ୍ଦ ଉପରେ ତାଙ୍କର ଏତେ ଆପତ୍ତି କାହିଁକି । ମୁଲାୟମ ସିଂହ ମଧ୍ୟ ଅଖିଳେଶଙ୍କୁ ଟିପୁ କହିକରି ଡାକୁଥିଲେ ବୋଲି ସେ କହିଛନ୍ତି ଯ।
ସେ ଆହୁରି ମଧ୍ୟ କହିଛନ୍ତି କି ଅବ୍ବା ଶବ୍ଦ ଉର୍ଦ୍ଦୁ ଭାଷାରେ ସବୁଠାରୁ ଶ୍ରୁତ ମଧୁର ତଥା ମିଠା ଶବ୍ଦ ଅଟେ । ଏହି ଶବ୍ଦ ପ୍ରତି ଅଖିଳେଶଙ୍କର ଏତେ ଘୃଣ୍ୟ ଭାବନା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଅଖିଳେଶ ନିଜ ବାପାଙ୍କୁ ପିତା ବଦଳରେ ଡାଡି ଡାକିପାରିବେ । ଯାହା ଏକ ଇଂରାଜୀ ଶବ୍ଦ । ପିତା ତ ଡାକୁନାହାନ୍ତି । ଯଦି ଇଂରାଜୀ ଶବ୍ଦ ଏତେ ପସନ୍ଦ ତେବେ ଉର୍ଦ୍ଦୁ ଭାଷା ପ୍ରତି ଏତେ ଘୃଣା କାହିକି ବୋଲି । ଏହାର ଉତ୍ତର ଅଖିଳେଶ ଦେବା ନିହାତି ଜରୁରୀ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top