Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପୁରସ୍କାର ବାବଦରେ ନୀରଜ ପାଇବେ ୧୧ କୋଟି ୭୫ ଲକ୍ଷ ଟଙ୍କା, କାର ଓ ଜମି

ସୁନାପୁଅ ନୀରଜଙ୍କୁ ସ୍ବର୍ଣ୍ଣ ଦେଲା ଅଜସ୍ର ସମ୍ମାନ, ପୁରସ୍କାର
ହରିଆଣା – ୬ କୋଟି ଟଙ୍କା, ଗ୍ରେଡ ୧ ସରକାରୀ ଚାକିରି ଓ ଜମି
ମଣିପୁର – ନଗଦ ୧ କୋଟି ଟଙ୍କା
ପଞ୍ଜାବ – ନଗଦ ୨ କୋଟି ଟଙ୍କା
ବିସିସିଆଇ – ୧ କୋଟି ଟଙ୍କା
ଚେନ୍ନାଇ ସୁପର କିଙ୍ଗସ – ୧ କୋଟି ଟଙ୍କା
ଭାରତୀୟ ଅଲମ୍ପିକ ଆସୋସିଏସନ – ୭୫ ଲକ୍ଷ ଟଙ୍କା
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା – ଢଟଠ୭୦୦ କାର

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ବିଜୟୀ ହେବା ପରେ ତୀରନ୍ଦାଜୀ ନୀରଜଙ୍କ ନିକଟକୁ ଶୁଭେଚ୍ଚାର ସୁଅ ଛୁଟିବାରେ ଲାଗିଛି । ଶୁଭେଚ୍ଛାର ସୁଅ ସହିତ ପୁରସ୍କାରର ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି । କେନ୍ଦ୍ର ସରକାର, ରାଜ୍ୟ ତଥା ଉଦ୍ୟୋଗପତିମାନେ ମଧ୍ୟ ନୀରଜଙ୍କ ପାଇଁ ପୁରସ୍କାର ଘୋଷଣା କରିସାରିଲେଣି ।
ନୀରଜ ସ୍ବର୍ଣ୍ଣ ପଦକ ବିଜୟୀ ହେବା କ୍ଷଣି ହିଁ ହରିଆଣା ସରକାର ପ୍ରଥମେ ପୁରସ୍କାର ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ୬ କୋଟି ଟଙ୍କା ଓ ସରକାରୀ ଚାକିରି ପୁରସ୍କାର ବାବଦରେ ଘୋଷଣା କରିଥିଲେ । ଏପରିକି ଗ୍ରେଡ଼ ୧ ସରକାରୀ ଚାକିରି ଘୋଷଣା କରିଥିଲେ । ଏହା ସହିତ ୫୦ ପ୍ରତିଶତ ରିଆତି ମୂଲ୍ୟରେ ହରିଆଣାର ଯେକୌଣସି ସ୍ଥାନରେ ଜାଗା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ହରିଆଣା ସରକାର । ସେହିପରି ହରିଆଣା ସରକାର ବଜରଙ୍ଗ ପୁନିଆଙ୍କୁ ଅଢେଇ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ସେହିପରି ରବି ଦହିଆଙ୍କୁ ମଧ୍ୟ ରାଜ୍ୟ ସରକାର ୪ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।
ହରିଆଣା ସରକାରଙ୍କ ଭଳି ପଞ୍ଜାବ ସରକାର ଦୁଇ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି କି ନୀରଜ ଭାରତୀ ଓ ପଞ୍ଜାବୀଙ୍କ ପାଇଁ ଗର୍ବର ବିଷୟ । ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସୂଚନା ଦେଇ କହିଛନ୍ତି କି ଆଥଲେଟିକରେ ନୀରଜ ସ୍ବାଧୀନ ଭାରତକୁ ପ୍ରଥମ ପଦକ ଦେଇଛନ୍ତି । ଫଳରେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୨ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ସେହିପରି ମଣିପୁର ସରକାର ମଧ୍ୟ ନୀରଜଙ୍କୁ ପୁରସ୍କାର ପ୍ରଦାନ କରିବାକୁ ପଛଘୁଞ୍ଚା ଦେଇନାହିଁ । ରାଜ୍ୟ ସରକାର କୋଟିଏ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଭାରତୀୟ କ୍ରିକେଟ ସଂଘ ବିସିସିଆଇ ଓ ଚେନ୍ନାଇ ସୁପର କିଙ୍ଗସ କୋଟିଏ ଲେଖାଏଁ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଭାରତୀୟ ଅଲମ୍ପିକ ଆସୋସିଏସନ ମଧ୍ୟ ୭୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛି ।
ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନୀରଜଙ୍କ ପାଇଁ ଢଟଠ୭୦୦ ନାମକ ଏକ କାର ପୁରସ୍କାର ଦେବାକୁ ଘୋଷଣା କରିସାରିଛନ୍ତି । ନୀରଜ ପଦକ ହାତେଇବାର କିଛି ସମୟ ମଧ୍ୟରେ ଏହି ପୁରସ୍କାର ଘୋଷଣା କରିଥିଲେ ଆନନ୍ଦ । ଏହି କାରଟି ଏସୟୁଭି ବର୍ଗର ଆଗାମୀ ପ୍ରଡକ୍ଟ। ଜଣେ ଟ୍ବିଟର ୟୁଜର ମହିନ୍ଦ୍ରାଙ୍କୁ ଉପହାର ଦେବା ସମ୍ପର୍କରେ ଲେଖିବା କ୍ଷଣି ହିଁ ଆନନ୍ଦ ଏହାର ଜବାବରେ କହିଥିଲେ କି ଉପହାର ନିଶ୍ଚିତ ଭାବେ ଦିଆଯିବ । ମହିନ୍ଦ୍ରା କମ୍ପାନୀର ଦୁଇ ବରିଷ୍ଠ ଅଧିକାରୀଙ୍କୁ ଟ୍ୟାଗ କରି ଆନନ୍ଦ ଲେଖିଥିଲେ କି ଗୋଟିଏ ଢଟଠ୭୦୦ ଗାଡ଼ି ପ୍ରସ୍ତୁତ ରଖ । ନୀରଜଙ୍କୁ ଏହି ପୁରସ୍କାର ଦେବା ମୋ ପାଇଁ ନିଶ୍ଚତ ପକ୍ଷେ ସୌଭାଗ୍ୟର ବିଷୟ ହେବ ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟ ଟୋକିଏ ଅଲମ୍ପିକରେ ପ୍ରଥମ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ୧୨୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଆଥେଲିଟକ ବର୍ଗରେ ପଦକ ହାତେଇବାରେ ସ୍ବାଧୀନ ଭାରତର ପ୍ରଥମ ଖେଳାଳି ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି ନୀରଜ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top