Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦିଲ୍ଲୀ ବିମାନବନ୍ଦର ଉଡାଇବାକୁ ଇମେଲରେ ଧମକ

ନୂଆଦିଲ୍ଲୀ: ଗତକାଲି ମୁମ୍ବାଇରେ ବଡ଼ଧରଣର ବିସ୍ଫୋରଣ ନେଇ ମୁମ୍ବାଇ ପୁଲିସକୁ ଫେକ କଲ ଆସିବା ପରେ ଆଜି ଦିଲ୍ଲୀର ଅନ୍ତର୍ଜାତୀୟ ବିମାନବନ୍ଦରରେ ବିସ୍ଫୋରଣ ନେଇ ଧମକପୂର୍ଣ୍ଣ ବାର୍ତ୍ତା । ଦିଲ୍ଲୀର ଅନ୍ତର୍ଜାତୀୟ ବିମାନବନ୍ଦର ଅପରେସନ କଣ୍ଟ୍ରୋଲ ନିକଟକୁ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଥିବା ଜଣାପଡ଼ିଛି । ଏହି ଧମକପୂର୍ଣ୍ଣ ମେଲ ଆଲକାଏଦା ଆତଙ୍କବାଦୀ ସଂଗଠନ ନାଁରେ ଆସିଥିବା ପୁଲିସ ପକ୍ଷରୁ ସୂଚନା ରହିଛି ।
ଦିଲ୍ଲୀ ପୁଲିସ ମୁତାବକ ଏକ ଦମ୍ପତ୍ତି ଏହି ବୋମା ବିସ୍ଫୋରଣ କରିବ ଓ ରବିବାର ଦିନ ହିଁ ଏହି ବୋମା ବିସ୍ପୋରଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ଉକ୍ତ ମେଲରେ ଉଲ୍ଲେଖ ରହିଛି। ତେବେ ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ମଧ୍ୟ ଏଭଳି ଏକ ଧମକପୂର୍ଣ୍ଣ ମେଲ ଆସିଥିଲା । ସେପଟେ ଏହି ମେଲ ଆସିବା ପରେ ଆଇଜିଆଇ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସମସ୍ତ ସୁରକ୍ଷା ଦାୟିତ୍ବରେ ଥିବା ଏଜେନ୍ସିକୁ ମଧ୍ୟ ଆର୍ଲଟ କରିଦିଆଯାଇଛି । ଆଣ୍ଟି-ସେବୋଟାଜ ଚେକିଂ କରାଯାଉଥିବା ଜଣାପଡ଼ିଛି ।
ଆସିଥିବା ମେଲରେ ସିଙ୍ଗାପୁରରୁ କରଣବୀର ସୁରୀ ଓରଫ ମହମ୍ମଦ ଜଲୀଲ ଓ ତାର ଧର୍ମପତ୍ନୀ ଶୈଲୀ ସାରା ଓରଫ ହସୀନା ଭାରତ ଅଭିମୁଖେ ଆସୁଛନ୍ତି। ତେବେ ଦିଲ୍ଲୀ ବିମାନ ବନ୍ଦରରେ ୧ରୁ ୩ଟି ବିସ୍ଫୋରଣ ହେବା ନେଇ ଷଡ଼ଯନ୍ତ୍ର ହୋଇଥିବା ଜଣାପଡ଼ିଛି ।ତେବେ ତଦନ୍ତ ସମୟରେ ପୂର୍ବରୁ ମଧ୍ୟ ଆସି ସାରିଥିବା ତଦନ୍ତକାରୀ ଟିମ ସୂଚନା ଦେଇଛନ୍ତି ।
ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସରେ ରାଜଧାନୀ ଦିଲ୍ଲୀରେ ଚକାବନ୍ଦ କରିଦିଆଯିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏଭଳି ନିଷ୍ପତ୍ତି ନିଯାଇଥିବା ଜଣାପଡ଼ିଛି । ତେବେ ଲାଲକିଲ୍ଲାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଏନେଇ ପୁଲିସ ପକ୍ଷରୁ କୁହାଯାଇଛି ଯେ ଖାଲିସ୍ତାନୀ ତତ୍ତ୍ବ ସମସ୍ୟା ସୃଷ୍ଟି କରିପାରେ । ଫଳରେ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାରେ ସାମାନ୍ୟ ଢିଲା ନ ଦେବାକୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top