Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜ୍ୟରେ ୩୫୮ କରୋନା ପଜିଟିଭ

ଭୁବନେଶ୍ୱର (ଓଡ଼ିଶା ୱେୟାର): ରାଜ୍ୟରେ କୁମୁଛି କରୋନା ସଂକ୍ରମଣ। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୫୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୦୯ ଜଣ କ୍ୱାରେଣ୍ଟାଇନ୍‌ର ହୋଇଥିବା ବେଳେ ୧୪୯ଟି ଲୋକାଲ କେସ୍‌ ରହିଛି। ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୪୭ଜଣ ରହିଛନ୍ତି।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୬ଟି ମାମଲା ସାମ୍ନାକୁ ଆସିଛି। ସେହିପରି ଅନୁଗୁଳରୁ ୧, ବାଲେଶ୍ୱରରୁ ୧୩, ବରଗଡରୁ ୩, ଭଦ୍ରକରୁ ୮, ବଲାଙ୍ଗିରରୁ ୪, ବୌଦ୍ଧରୁ ଜଣେ, କଟକରୁ ୧୫, ଦେଓଗଡ, ଗଞ୍ଜାମ ଓ କେନ୍ଦୁଝରରୁ ଜଣେ ଲେଖାଏଁ, ଗଜପତିରୁ୭, ଜଗତସିଂହପୁରରୁ ୮, ଯାଜପୁରରୁ ୧୧, କେନ୍ଦ୍ରାପଡାରୁ ୧୩, କୋରାପୁଟରୁ ୨, ମୟୂରଭଞ୍ଜରୁ ୧୧, ନୟାଗଡରୁ ୩, ପୁରୀରୁ ୯, ରାୟଗଡାରୁ ୫, ସମ୍ବଲପୁରରୁ ୪, ସୋନପୁର ୨, ସୁନ୍ଦରଗଡ ୩, ଷ୍ଟେଟପୁଲରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮୨ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୩୪୬୩୪ରେ ପହଞ୍ଚିଛି। ସେହିପରି ୧୦୨୧୧୮୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୧୧୯ଟି ଆକ୍ଟିଭ କେସ୍‌ ରହିଛି।

ସୂଚନା ଥାଉକି, ଗତକାଲି ରାଜ୍ୟରେ ୪୬୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ, ୫ ଆକ୍ରାନ୍ତଙ୍କ ମୃତ୍ଯୁ ହୋଇଥିଲା । ୪୬୭ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ରହିଥିଲେ ୬୬ ଜଣ । ଗତକାଲି ୬୦ ହଜାର ୩୬ କୋଭିଡ ଟେଷ୍ଟିଂ ହୋଇଥିଲା ଏବଂ ୪୭୭ ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଥିବା ଜଣାପଡିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top