Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଟି-୨୦ ବିଶ୍ୱକପ ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ୮ ସେପ୍ଟେମ୍ବରରେ ନିଜ ଦଳର ଘୋଷଣା କରିଥିଲା । କିନ୍ତୁ ଆଇପିଏଲ୍ ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟରେ କିଛି ଖେଳାଳିଙ୍କ ଖରାପ ଫର୍ମ ଚୟନକର୍ତ୍ତାଙ୍କୁ ଦଳରେ କିଛି ପରିବର୍ତ୍ତନ ଆଣିବାକୁ ବାଧ୍ୟ କରିଛି । ଆଇସିସିର ନିୟମ ଅନୁଯାୟୀ, ଅକ୍ଟୋବର ୧୦ ସୁଦ୍ଧା ସମସ୍ତ ଦେଶ ନିଜ ନିଜ ଦଳରେ ପରିବର୍ତ୍ତନ କରିପାରିବେ । ଏହା ଯୋଗୁଁ ବିସିସିଆଇର ପାଖରେ ବର୍ତ୍ତମାନ ଆଉ ଅଳ୍ପ ସମୟ ବାକି ଅଛି । ଅକ୍ଟୋବର ୧୭ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ଚଳିତ ଆଇପିଏଲ୍ ସିଜିନରେ କିଛି ଖେଳାଳି ଏପରି ଅଛନ୍ତି, ଯାହାଙ୍କ ସ୍ଥାନ ବିପଦରେ ରହିଛି । ଜାଣନ୍ତୁ ଏପରି କିଛି ଖେଳାଳୀମାନଙ୍କ
ହାର୍ଦ୍ଦିକ ପାଣ୍ଡ୍ୟା
ଟି -୨୦ ବିଶ୍ୱକପ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ କିମ୍ବା ଫର୍ମରେ ନାହାଁନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ଫିଟନେସ ସତ୍ତ୍ୱେ ଭାରତୀୟ ଚୟନକର୍ତ୍ତାମାନେ ଟି-୨୦ ବିଶ୍ୱକପ ଦଳ ପାଇଁ ତାଙ୍କୁ ମନୋନୀତ କରିଛନ୍ତି, କାରଣ ତାଙ୍କ ପାଖରେ ମ୍ୟାଚ୍ ବଦଳାଇବାର ଶକ୍ତି ଅଛି । ହାର୍ଦ୍ଦିକ ପାଣ୍ଡ୍ୟା ଅନଫିଟ ହେଲେ ଶାର୍ଦ୍ଦୁଲ ଠାକୁର ଉପକୃତ ହେବେ । ଶାର୍ଦ୍ଦୁଲ ଠାକୁରଙ୍କ ବର୍ତ୍ତମାନର ଭଲ ଫର୍ମରେ ଅଛନ୍ତି ଓ ସେ ଟିମ୍ ଇଣ୍ଡିଆ ପାଇଁ ଏକ ଶକ୍ତିଶାଳୀ ଅଲରାଉଣ୍ଡର ହେବାକୁ ଯାଉଛନ୍ତି । ଯଦିଓ ଶାର୍ଦ୍ଦୁଲ ଠାକୁରଙ୍କୁ ଆଇସିସି ଟି-୨୦ ବିଶ୍ୱକପ ୨୦୨୧ ଦଳରେ ଏକ ଷ୍ଟାଣ୍ଡବାଇ ଖେଳାଳି ଭାବରେ ରଖାଯାଇଛି । ଯଦି ହାର୍ଦ୍ଦିକ ପାଣ୍ଡ୍ୟା ନ ଖେଳନ୍ତି ତେବେ ଶାର୍ଦ୍ଦୁଲ ଠାକୁରଙ୍କୁ ଏକ ସୁଯୋଗ ମିଳିବ ।

ଭୁବନେଶ୍ୱର କୁମାର
ଟି-୨୦ ବିଶ୍ୱକପ ପୂର୍ବରୁ ଭୁବନେଶ୍ୱର କୁମାରଙ୍କ ପ୍ରଦର୍ଶନ ସମସ୍ତଙ୍କ ସାମ୍ନାରେ ଅଛି । ଆଇପିଏଲରେ ଭୁବନେଶ୍ୱର କୁମାରଙ୍କ ବୋଲିଂ ଅତ୍ୟନ୍ତ ନିମ୍ନମାନରେ ରହିଛି । ଭୁବନେଶ୍ୱର କୁମାର ବର୍ତ୍ତମାନ ପୂର୍ବପରି ଭଲ ଫର୍ମରେ ନାହାଁନ୍ତି । ଭୁବନେଶ୍ୱର କୁମାରଙ୍କ ପ୍ରଦର୍ଶନକୁ ଦେଖିଲେ ଜଣାପଡ଼େ ସେ ଟି-୨୦ ବିଶ୍ୱକପ ଦଳରୁ ଡ୍ରପ ହୋଇପାରନ୍ତି । ଯଦି ଏଭଳି ପରିସ୍ଥିତି ଉପୁଜେ ତେବେ ଚୟନକର୍ତ୍ତା ମହମ୍ମଦ ସିରାଜ କିମ୍ବା ଟି ନଟରାଜନଙ୍କ ପରି ଦ୍ରୁତ ବୋଲରଙ୍କୁ ତାଙ୍କ ବଦଳରେ ସୁଯୋଗ ଦେଇପାରନ୍ତି ।

ସୂର୍ଯ୍ୟକୁମାର ଯାଦବ
ଆଇପିଏଲରେ ସୁର୍ଯ୍ୟକୁମାର ଯାଦବଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି । ଏହି ଖରାପ ପ୍ରଦର୍ଶନ ଦେଖିବା ପରେ ପ୍ରଶଂସକମାନେ ମଧ୍ୟ ବହୁତ ନିରାଶ ହୋଇଛନ୍ତି । ଭାରତୀୟ ପ୍ରଶଂସକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଉଠିଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ବିଶ୍ୱକପ ଦଳରୁ ବାଦ ଦେବାକୁ ଦାବି ହେଉଛି । ଆଇପିଏଲ ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟ ଟି-୨୦ ବିଶ୍ୱକପ ୨୦୨୧ ର ପ୍ରସ୍ତୁତି ପାଇଁ ଦେଖାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରୁ ଟି -୨୦ ବିଶ୍ୱକପ ପାଇଁ ମନୋନୀତ ହୋଇଥିବା କିଛି ଖେଳାଳିଙ୍କ ପ୍ରଦର୍ଶନ ଦ୍ୱିତୀୟ ପର୍ଯ୍ୟାୟରେ ଅତ୍ୟନ୍ତ ଖରାପ ରହିଛି । ବିଶେଷକରି ଯଦି ଆପଣ ସୂର୍ଯ୍ୟକୁମାର ଯାଦବଙ୍କୁ ଦେଖନ୍ତି, ତେବେ ୟୁଏଇ ମାଟିରେ ତାଙ୍କ ବ୍ୟାଟରୁ ସେଭଳି ରନ୍ ଦେଖିବାକୁ ମିଳୁନାହିଁ । ଅନ୍ୟପକ୍ଷରେ, ୟୁଏଇ ପିଚ୍‌ରେ ଶ୍ରେୟସ୍ ଆୟର ଯେଉଁ ପ୍ରକାର ଭାବେ ରନ ବର୍ଷା କରୁଛନ୍ତି ତାହାକୁ ଦୃଷ୍ଟିରେ ରଖି ଟି-୨୦ ବିଶ୍ୱକପ୍ ୨୦୨୧ ପାଇଁ ଘୋଷିତ ୧୫ ଜଣିଆ ଦଳର ମଧ୍ୟମ କ୍ରମରେ ଏକ ବଡ଼ ପରିବର୍ତ୍ତନ କରାଯାଇପାରେ । ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ଫର୍ମକୁ ଦୃଷ୍ଟିରେ ରଖି ଭାରତୀୟ ଦଳରେ ଏହି ପରିବର୍ତ୍ତନ କରାଯାଇପାରେ

Click to comment

Leave a Reply

Your email address will not be published. Required fields are marked *

Most Popular

To Top