Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଦାରୁ ଚୟନରେ ଫିକ୍ସିଂ ଅଭିଯୋଗ ଆଣିଲେ ପ୍ରେମାନନ୍ଦ ଦାସମହାପାତ୍ର

ପୁରୀ(ଓଡବ୍ଲ୍ୟୁ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦାରୁ ଚୟନରେ ଫିକ୍ସିଂ ଅଭିଯୋଗରେ ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର ଘିଅ ଢାଳିଛନ୍ତି।ଗୋଟିଏ ଅଞ୍ଚଳରୁ କେମିତି ତିନି ତିନିଟି ଦାରୁ ମିଳିଲା ଏ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଦାରୁ ଚୟନ ବେଳେ ଦଇତାମାନଙ୍କ ବିଶୃଙ୍ଖଳିତ ଆଚରଣ ସମ୍ପର୍କରେ ଖୁଲାସା କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରେମାନନ୍ଦ କହିଛନ୍ତି- “ଦାରୁ ଚୟନ ପାଇଁ ଚାଲି ଚାଲି ଯିବା କିମ୍ବା ଅସୁସ୍ଥ ହେଲେ ଶଗଡ଼ିରେ ଯିବାର ପରମ୍ପରା ରହିଛି। ହେଲେ ଦଇତାପତିମାନେ ଏସି କାରରେ ବସି ଯାଇଛନ୍ତି। ସେହିଭଳି ସନ୍ଧ୍ୟା ହେଲେ ଫେରି ଆସିବାର ନିୟମ ଥିଲେ ବି ସେ ନିୟମକୁ ଅମାନ୍ୟ କରି ରାତି ଅଧ ଯାଏ ବାଡ଼ଗ୍ରାହୀମାନେ କୁଆଡ଼େ ଯାଉଥିଲେ ତାହା ମଧ୍ୟ ତାଙ୍କୁ ଏଯାଏ ସନ୍ଦେହ ଭିତରେ ରଖିଛି। ସେହିଭଳି ସାରଳାଙ୍କ ନିକଟରୁ ମିଳିଥିବା ଦାରୁରେ କଣ୍ଟା ଫୁଟିଥିବା ଓ ଗଛ ମୂଳରେ ମଦ ବୋତଲ ଠାବ ହୋଇଥିବା କଥା ଚର୍ଚ୍ଚାକୁ ଆସିଥିଲା। ଏସବୁ ସତ୍ତ୍ୱେ କିଭଳି ଦାରୁ ଚୟନ କରାଗଲା?”

ଘଟ ପରିବର୍ତ୍ତନ ନେଇ ସେ କହିଛନ୍ତି-“ସାଧାରଣତଃ ଆଖିରେ ଅନ୍ଧପୁଟୁଳି ଓ ହାତରେ କନା ବାନ୍ଧି ଘଟ ପରିବର୍ତ୍ତନ କରାଯାଇଥାଏ। ସେହି ବ୍ୟକ୍ତିର ଅଳ୍ପ ଦିନ ପରମାୟୂ ଥାଏ ବୋଲି ଶୁଣିଛି। ଏହି କଥା ବାହାରେ ପ୍ରଘଟ କଲେ ପରିବାରରେ ଅଘଟଣ ଘଟିବ।ଏ ପରିସ୍ଥିତି ମୁଁ କେବେ କ’ଣ ଚାହିଁବି ଘଟ ପରିବର୍ତ୍ତନ ସମ୍ପର୍କରେ ବାହାରେ ପ୍ରକାଶ କରିବା ପାଇଁ। କାରଣ ମୋର ପରିବାର ରହିଛି। ଘଟ ପରିବର୍ତ୍ତନ ସ୍ଥାନକୁ ମୁଁ ଯାଇନି କି କାହାକୁ ନେଇନାହିଁ।”

ଘଟ ପରିବର୍ତ୍ତନରେ ବିଳମ୍ୱ ନେଇ ସେ କହିଛନ୍ତି- “ପୂର୍ବରୁ ମୁଁ ଯାହା କହିଥିଲି ତାହା ଠିକ୍‌। ମହାପ୍ରଭୁଙ୍କ ରାଣ ପକାଇ କହୁଛି ଠିକ କହିଛି। ଦୁଇ ଭାଗାଳିଙ୍କ ମଧ୍ୟରେ ବଚସା ହୋଇଥିବାରୁ ଘଟ ପରିବର୍ତ୍ତନରେ ଡେରି ହୋଇଥିଲା। ଏ ସମ୍ପର୍କରେ ଗଣମାଧ୍ୟମକୁ କହିଥିବାରୁ ମୁଖ୍ୟପ୍ରଶାସକ ସୁରେଶ ମହାପାତ୍ରଙ୍କୁ ବାଧିଥିଲା। ସେଥିପାଇଁ ମୋତେ ନୋଟିସ କରାଗଲା। ଶ୍ରୀମନ୍ଦିର ନୀତିକାନ୍ତି ରେକର୍ଡ ଅଫ୍‌ ରାଇଟ୍‌ ଅନୁସାରେ ଚାଲିଛି।ସେଥିରେ ଉଲ୍ଲେଖ ରହିଛି, ୪ ବାଡ଼ର ବାଡ଼ଗ୍ରାହୀମାନେ ଘଟ ପରିବର୍ତ୍ତନ କରିବେ।ବାଡ଼ ଭାଗାଳିମାନେ ସେମାନଙ୍କ ପାଖରେ ଉପସ୍ଥିତ ରହିବେ। ଦରକାର ପଡ଼ିଲେ ସାହାଯ୍ୟ କରିବେ।ଏହା ଜାଣି ମଧ୍ୟ ସୁରେଶବାବୁ ମୋତେ ନୋଟିସ୍‌ କରିଛନ୍ତି।ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କର ମଙ୍ଗଳ ହେଉ। ସତ ସାମ୍ନାକୁ ଆସୁ।”

Click to comment

Leave a Reply

Your email address will not be published. Required fields are marked *

Most Popular

To Top