Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଓଡ଼ିଶାର ୧୭ ଜିଲ୍ଲାରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପ

ଭୁବନେଶ୍ୱର(ଓଡବ୍ଲ୍ୟୁ): ଦେଶର ୬୩ଟି ଭୌଗଳିକ ଅଞ୍ଚଳରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପ ଆରମ୍ଭ ହେବ। ଫଳରେ ଦେଶର ଲକ୍ଷ ଲକ୍ଷ ପରିବାରକୁ ରନ୍ଧନ ଗ୍ୟାସ ପାଇପ ଯୋଗେ ଯୋଗାଇ ଦିଆଯାଇ ପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୨ରେ ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରୁ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ।ସୋମବାର ଭୁବନେଶ୍ୱରରେ ଗେଲ୍ ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ଦେଶର ସମୁଦାୟ ୬୩ଟି ଭୌଗଳିକ ଅଞ୍ଚଳ ମଧ୍ୟରୁ ଓଡ଼ିଶାର ୧୭ଟି ଜିଲ୍ଲା ସ୍ଥାନ ପାଇଛି।
ସେହି ଜିଲ୍ଲାଗୁଡ଼ିକ ହେଲା,ସୁନ୍ଦରଗଡ଼,ଝାରସୁଗୁଡ଼ା,ଯାଜପୁର,କେନ୍ଦୁଝର,ଅନୁଗୁଳ,ଢେଙ୍କାନାଳ,ବାଲେଶ୍ୱର,ଭଦ୍ରକ,ମୟୂରଭଞ୍ଜ,ବରଗଡ଼,ଦେବଗଡ଼,ସମ୍ବଲପୁର, ଗଞ୍ଜାମ,ନୟାଗଡ଼, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା।ଭାରତ ଗ୍ୟାସ ରିସୋର୍ସ ଲିମିଟେଡ, ଆଦାନି ଗ୍ୟାସ ଲିମିଟେଡ୍ ଏବଂ ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ଗେଲ୍) ଏହି ପ୍ରକଳ୍ପ କାର‌୍ୟ୍ୟ ମିଳିତ ଭାବେ ହାତକୁ ନେଇଛନ୍ତି।

ଏଥିପାଇଁ ରାଜ୍ୟରେ ହାରାହାରି ୩୪୦୦ କୋଟି ଟଙ୍କା ପୁଞ୍ଜି ନିବେଶ ହେବ। ଆସନ୍ତା ୮ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ୧୭ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପାଇପ ଯୋଗେ ରନ୍ଧନ ଗ୍ୟାସ ମିଳିବା ସହିତ ଉକ୍ତ କମ୍ପାନୀଗୁଡ଼ିକ ଯାନ ଇନ୍ଧନ ପାଇଁ କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ (ସିଏନଜି ) ଫୁଏଲ୍ ଷ୍ଟେଶନ ମଧ୍ୟ ସ୍ଥାପନ କରିବେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top