Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ: ପାଣିପାଗ ବିଭାଗ

ଭୁବନେଶ୍ୱର,(ଓଡ଼ିଶା ୱେୟାର) : ଚଳିତ ବର୍ଷ ସ୍ୱାଭାବିକ ରହିବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ଏହା ଆକଳନ କରିଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ସ୍ୱାଭାବିକ ରହିବ । ଚଳିତ ବର୍ଷ ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଲା-ନିନା ସ୍ଥିତି ଯୋଗୁ ମୌସୁମୀ ସ୍ବାଭାବିକ ରହିବ । ଜୁନରୁ ସେପ୍ଟେମ୍ବର- ଏହି ୪ ମାସରେ ମୌସୁମୀ ବର୍ଷାର ହାରାହାରି ପରିମାଣ ୯୯ ପ୍ରତିଶତ ରହିବ । ସାମାନ୍ୟ ବର୍ଷା ୪୦ ପ୍ରତିଶତ, ଅଧିକ ବର୍ଷା ୧୫ ପ୍ରତିଶତ ଏବଂ ଅତ୍ୟଧିକ ବର୍ଷା ୫ ପ୍ରତିଶତ ହେବାର ସମ୍ଭାବନା ରହିଛି । ସାମାନ୍ୟଠାରୁ ବର୍ଷାର ପରିମାଣ ୨୬ ପ୍ରତିଶତ କମ୍‌ ରହିଛି । ଆଇଏମ୍‌ଡିର ଆକଳନ ଅନୁଯାୟୀ, ଲଦାଖ ଏବଂ ରାଜସ୍ଥାନର କିଛି ଅଞ୍ଚଳ ଛାଡିଦେଲେ ପୂର୍ବ ଉତ୍ତର ଏବଂ ମଧ୍ୟ ଭାରତରେ ସାମାନ୍ୟ ବା ସାମାନ୍ୟଠାରୁ ଅଧିକ ବର୍ଷା ହୋଇପାରେ। ପୂର୍ବୋତ୍ତର ରାଜ୍ୟ ଏବଂ ତାମିଲନାଡୁରେ କମ ବର୍ଷା ହୋଇପାରେ । ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ କମ ବର୍ଷାର ସମ୍ଭାବନା ରହିଛି ।

ଭଲ ବର୍ଷା ଅପେକ୍ଷାରେ ଥିବା କୃଷି ଏବଂ ଅନ୍ୟ କ୍ଷେତ୍ର ପାଇଁ ଆଶା ସଂଚାର ହୋଇଛି । ସ୍ବାଭାବିକ ବର୍ଷା ଚାଷୀଙ୍କ ପାଇଁ ଆଣିଛି ଭଲ ଖବର । ଭାରତୀୟ ପାଣିପାଗ ବିଭାଗ ସହ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ମଧ୍ୟ ସ୍ବାଭାବିକ ବର୍ଷା ନେଇ ପୂର୍ବାନୁମାନ କରିଛି । ଗତ ଦୁଇ ବର୍ଷ ଧରି ଦେଶରେ ସ୍ବାଭାବିକ ବର୍ଷା ହୋଇଥିଲା । ଏବେ ଲଗାତାର ତୃତୀୟ ବର୍ଷ ପାଇଁ ଦେଶରେ ସ୍ୱାଭାବିକ ବର୍ଷା ହେବା ନେଇ ଆକଳନ କରାଯାଉଛି । ମେ ମାସ ଶେଷ ସପ୍ତାହରେ ମୌସୁମୀ ବର୍ଷା ନେଇ ଆଉଥରେ ପୂର୍ବାନୁମାନ ଜାରି କରିବ ଭାରତୀୟ ପାଣିପାଗ ବିଭାଗ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top