Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଜି ରାଜ୍ୟରେ ୨୩୩୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (ଓଡ଼ିଶା ୱେୟାର):
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୩୪୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୯୯୨ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୫୮ ଜଣଙ୍କ ସଂପର୍କରେ ସୂଚନା ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୩୪କୁ ବୃଦ୍ଧି ପାଇଛି।
ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୦ ଜଣ ଥିବା ବେଳେ କଟକରୁ ୩୭୧, କେନ୍ଦ୍ରାପଡ଼ାରୁ ୧୯୬, ଯାଜପୁରରୁ ୧୭୯, ବାଲେଶ୍ୱରରୁ ୧୬୪, ଭଦ୍ରକରୁ ୧୨୧, ପୁରୀରୁ ୧୦୬ ମୟୂରଭଞ୍ଜରୁ ୧୦୪, ଜଗତସିଂହପୁରରୁ ୧୦୧ ଓ ନୟାଗଡ଼ରୁ ୯୪ ଜଣ ଅଛନ୍ତି।
ଅନୁଗୋଳ ଜିଲ୍ଲାରୁ ୬୪ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୭, ବଲାଙ୍ଗିରରୁ ୬, ବୌଦ୍ଧରୁ ୧୩, ଦେବଗଡ଼ରୁ ୫, ଢେଙ୍କାନାଳରୁ ୩୪, ଗଜପତିରୁ ୨, ଗଞ୍ଜାମରୁ ୬, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୯,କନ୍ଧମାଳରୁ ୨୯, କେନ୍ଦୁଝରରୁ ୫୧, କୋରାପୁଟରୁ ୧୯, ମାଲକାନଗିରିରୁ ୧୩, ନବରଙ୍ଗପୁରରୁ ୭, ନୂଆପଡ଼ାରୁ ୩,ରାୟଗଡ଼ାରୁ ୩୮,ସମ୍ବଲପୁରରୁ ୨୧,ସୋନପୁରରୁ ୧୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୮୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ଅଡିଟ୍ ପରେ ଆଉ ୫୮ ଜଣ କରୋନା ମୃତକଙ୍କ ସଂପର୍କରେ ସୂଚନା ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଅଛନ୍ତି। ସେହିପରି ଏହି ମୃତକଙ୍କ ମଧ୍ୟରେ ବରଗଡ଼ ଓ ପୁରୀରୁ ୭ ଜଣ ଲେଖାଏଁ, ଗଂଜାମ ଓ ସୁନ୍ଦରଗଡ଼ରୁ ଜଣ ୬ ଲେଖାଏଁ, ସମ୍ବଲପୁରରୁ ୪, କେନ୍ଦ୍ରାପଡ଼ାରୁ ୩, କଟକ, ଢେଙ୍କାନାଳ, କେନ୍ଦୁଝର ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ ଅନୁଗୋଳ, ଗଜପତି, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଅଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪୨କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୧୮୭, ବରଗଡ଼ରେ ୧୮୫, କଟକରେ ୩୦୭, ଢେଙ୍କାନାଳରେ ୯୩, ଗଜପତିରେ ୭୨,ଗଞ୍ଜାମରେ ୩୭୬, ଯାଜପୁରରେ ୫୦, ଝାରସୁଗୁଡ଼ାରେ ୧୩୧, କଳାହାଣ୍ଡିରେ ୧୮୭,କେନ୍ଦ୍ରାପଡ଼ାରେ ୯୭, କେନ୍ଦୁଝରରେ ୮୨, ମୟୂରଭଞ୍ଜରେ ୧୫୦, ନୟାଗଡ଼ରେ ୧୨୪, ପୁରୀରେ ୨୭୩, ସମ୍ବଲପୁରରେ ୧୪୦ ଓ ସୁନ୍ଦରଗଡ଼ରେ ୩୯୫କୁ ବୃଦ୍ଧି ପାଇଛି।
୨୩୩୪ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୭ ହଜାର ୪୭୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୬ ହଜାର ୫୧୯ ଜଣ ସୁସ୍ଥ ହୋଇସାରିଛନ୍ତି। ୨୬ ହଜାର ୩୬୪ ଜଣ ଚିକିତ୍ସାଧୀନ ଅଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top