Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଦେଶ- ବିଦେଶ

ସିବିଆଇରେ ସଙ୍କଟ, ନିର୍ଦ୍ଦେଶକ ହେଲେ ନାଗେଶ୍ୱର ରାଓ

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇରେ ଅଫିସରମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ସିବିଆଇର ବିଶ୍ୱସନୀୟତା ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ଏହି ବିବାଦରେ ହସ୍ତକ୍ଷେପ କରି ସିବିଆଇର ଦୁଇ ଶୀର୍ଷ ଅଧିକାରୀ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଛୁଟିରେ ପଠାଇ ଦିଆଯାଇଛି । ଏହା ସହିତ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଓଡ଼ିଶା କ୍ୟାଡ଼ରର ଆଇପିଏସ ଏମ୍ ନାଗେଶ୍ୱର ରାଓଙ୍କୁ ଅବସ୍ଥାପିତ କରାଯାଇଛି । ଏସବୁ ବିବାଦ ଭିତରେ ବିରୋଧୀ ଦଳର ସମସ୍ତ ଅଭିଯୋଗକୁ ଖଣ୍ଡନ କରି କେନ୍ଦ୍ର ସରକାର ଏହି ବିବାଦର ତଦନ୍ତ କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କୁ ପ୍ରଦାନ କରିଛନ୍ତି।
ସିବିଆଇର ଦୁଇ ଶୀର୍ଷ ଅଫିସର ଶ୍ରୀ ବର୍ମା ଓ ଶ୍ରୀ ଆସ୍ଥାନା ପରସ୍ପର ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ବିଳମ୍ବିତ ରାତ୍ରିରେ ପଦକ୍ଷେପ ନେଇଥିଲା । ଦୀର୍ଘ ସମୟ ଧରି ବିଚାରବିମର୍ଶ ପରେ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କୁ ମଧ୍ୟବର୍ତୀ ନିର୍ଦ୍ଦେଶକ ଭାବେ ତକ୍ରାଳ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀ ରାଓ ଆଜି ଦାୟିତ୍ୱ ନେବାପରେ ଅସ୍ଥାନା ମାମଲାର ତଦନ୍ତ କରୁଥିବା ଡିଏସପି ଏ.କେ. ବସିଙ୍କୁ ପୋର୍ଟବ୍ଲେୟାର ବଦଳି କରିଛନ୍ତି । ଶ୍ରୀ ବର୍ମାଙ୍କ ସହ କାମ କରୁଥିବା ବହୁ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଶ୍ରୀ ବର୍ମା ଓ ଶ୍ରୀ ଅସ୍ଥାନାଙ୍କ ଅଫିସକୁ ସିଲ୍ କରାଯିବା ସହ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାଂସ ବ୍ୟବସାୟୀଠାରୁ ଲାଂଚ ନେବା ଘଟଣାରେ ସିବିଆଇର ଏହି ଦୁଇ ଶୀର୍ଷ ଅଫିସରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିବିଆଇରେ ଦେଖାଦେଇଥିବା ସଙ୍କଟକୁ ନେଇ ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କରିବା ସହ ସରକାରଙ୍କ ପକ୍ଷ ରଖିଥିଲେ ।

୧୫ବର୍ଷ ପରେ ସିବିଆଇ ନିର୍ଦ୍ଦେଶକ ପଦରେ ଓଡ଼ିଶା କ୍ୟାଡ଼ର ଅଫିସର

ଓଡ଼ିଆ ଅଫିସର ଉମାକାନ୍ତ ମିଶ୍ରଙ୍କ ପରେ ଦୀର୍ଘ ୧୫ବର୍ଷ ପରେ ଓଡ଼ିଶା କ୍ୟାଡ଼ରର ୧୯୮୬ ବ୍ୟାଚ ଆଇପିଏସ ଏମ୍ ନାଗେଶ୍ୱର ରାଓ ସିବିଆଇ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ ହୋଇଛନ୍ତି।ସେ ପୂର୍ବରୁ ସିବିଆଇ ଦକ୍ଷିଣ ଜୋନ୍ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।ପୂର୍ବରୁ ସେ ଓଡ଼ିଶା ଓ ପଶ୍ଚିମବଙ୍ଗ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରିଥିଲେ।ଅଗ୍ନିଶମ ବିଭାଗର ଡିଜି ଥିବାବେଳେ ସେ ଫାଇଲିନ୍ ଓ ହୁଡୁହୁଡୁର ସଫଳ ମୁକାବିଲା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top