କୋରାପୁଟ,(ଓଡ଼ିଶା ୱେୟାର): ପାଣିରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଗୋଇପଦର ଗାଁରେ ଘଟିଛି ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ଦୁଇ ଶିଶୁ ବୁଡ଼ିଯାଇଥିଲେ ।
ଏମାନେ ହେଲେ ଗାଁର କେଶବ ଖିଲଙ୍କ ୫ ବର୍ଷର ଝିଅ ନନ୍ଦିନୀ ଓ ଲକ୍ଷ୍ମଣ ଗୋଲାରୀଙ୍କ ୪ ବର୍ଷର ଝିଅ ମଙ୍ଗଳ ଦେଇ । ମୃତ ଅବସ୍ଥାରେ ଉଭୟଙ୍କୁ ଗାଁ ଲୋକେ ଉଦ୍ଧାର କରିଥିଲେ ।


