Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ମିଛ କହି ଦଳିତଙ୍କ ଭାବନା ସହ ଖେଳୁଛନ୍ତିି କେନ୍ଦ୍ରମନ୍ତ୍ରୀ: ବିଜେଡି

ଭୁବନେଶ୍ୱର୍ : କନ୍ଧମାଳର ଗୁମୁଡୁମାହା ଗୁଳିକାଣ୍ଡ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରୁଛନ୍ତି । କେବଳ ରାଜନୀତିକ ଉଦ୍ଦେଶ୍ୟ ରଖି ଆଦିବାସୀ ଓ ଦଳିତ ବର୍ଗର ଲୋକଙ୍କ ଭାବନା ସହ ଶ୍ରୀ ପ୍ରଧାନ ଖେଳିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଅଭିଯୋଗ କରିଛନ୍ତି ।
ଏକ ପ୍ରେସ୍ ବିବୃତିରେ ଶ୍ରୀ ନାୟକ କହିଛନ୍ତି ଯେ, ଆଦିବାସୀ ଓ ଦଳିତ ବର୍ଗଙ୍କୁ ନ୍ୟାୟ ପ୍ରଦାନ ଓ ସେମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରାଥମିକତା ଦେଇଆସିଛି । ୧୮ବର୍ଷର ଶାସନକାଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳିତ ଓ ଆଦିବାସୀ ବର୍ଗର ଲୋକଙ୍କ ପାଇଁ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଗତ ଦୁଇବର୍ଷ ପୂର୍ବରୁ ଗୁମୁଡୁମାହାରେ ହୋଇଥିବା ଦୁର୍ଭାଗ୍ୟଜନକ ଗୁଳିକାଣ୍ଡ ଘଟଣାକୁ କିଛି ଖଳ ରାଜନୀତିକ ବ୍ୟକ୍ତିବିଶେଷ ଜାତୀୟ ପ୍ରସଙ୍ଗ କରାଇ ରାଜ୍ୟର ସ୍ୱାର୍ଥ ଓ ସମ୍ମାନକୁ କ୍ଷୁଣ୍ଣ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ତ୍ୱରିତ୍ ପଦକ୍ଷେପ ଯୋଗୁ ଏହି ଗୁଳିକାଣ୍ଡରେ ମୃତ ଓ ଆହତ ପରିବାରଙ୍କ ପ୍ରତି ସମବେଦନା ପ୍ରକଟ ସହ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯାଇଛି । ଗୁମୁଡୁମାହା ଗାଁର ସମସ୍ତ ପରିବାରକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରାଯିବା ସହ ପୀଡ଼ିତ ପରିବାରକୁ ବିଜୁ ପକ୍କାଘର ଯୋଜନାରେ ଗୃହ ପ୍ରଦାନ, ଗାଁରେ ପାନୀୟ ଜଳ ସୁବିଧା କରାଯାଇଥିବା ବେଳେ ଗୁମୁଡୁମାହାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ସଂଯୋଗ କରିବା ପ୍ରକ୍ରିୟା ଜାରି ରହିଛି । ଗୁଳିକାଣ୍ଡରେ ମୃତ ୫ଜଣ ବ୍ୟକ୍ତିଙ୍କ ପରିବାରର ସଦସ୍ୟଙ୍କୁ ସ୍ଥାନୀୟ ଆବାସିକ ଆଶ୍ରମ ସ୍କୁଲରେ ରୋଷେୟା- ସହାୟକ ଭାବେ ଚାକିରି ଯୋଗାଇ ଦିଆଯାଇଛି । ପ୍ରତ୍ୟେକ ମୃତ ସଦସ୍ୟଙ୍କ ପରିବାରକୁ ୭ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯାଇଥିବା ବେଳେ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି । ଏପରିକି ବିଭିନ୍ନସ୍ତରରେ ହୋଇଥିବା ତଦନ୍ତ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଭୂମିକା ଓ ସେଠାରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ପ୍ରଶଂସା କରାଯାଇଛି । ମୃତକଙ୍କ ପରିବାରକୁ କିଛି ଅର୍ଥ ସହାୟତା ଛଡ଼ା ରାଜ୍ୟ ସରକାର କିଛି ଦେଇନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯେଉଁ ଅଭିଯୋଗ କରୁଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ । ବରଂ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ବିଭ୍ରାନ୍ତିକର ଓ ଉଦ୍ଦେଶ୍ୟ ପ୍ରଣୋଦିତ । ଯଦି କେନ୍ଦ୍ରମନ୍ତ୍ରୀଙ୍କ ସତ୍ସାହସ ଅଛି, ତେବେ କରୁଥିବା ଅଭିଯୋଗ ପ୍ରମାଣିତ କରାନ୍ତୁ । ନଚେତ୍‍ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ଏଭଳି ଦାୟିତ୍ୱହୀନ ଓ ଶସ୍ତା ମନ୍ତବ୍ୟ ଦେବାରୁ ନିବୃତ ରୁହନ୍ତୁ । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୭ଲକ୍ଷ ଟଙ୍କା ଓ ଚାକିରି ମିଳିଛି କି ନାହିଁ ତାହା ନିଜସ୍ତରରେ ଅନୁସନ୍ଧାନ କଲେ ଶ୍ରୀ ପ୍ରଧାନ ବେଶ୍‍ ଭଲଭାବେ ଜାଣିପାରିବେ । ରାଜନୀତିକ ଉଦ୍ଦେଶ୍ୟ ରଖି ନିରୀହ ଆଦିବାସୀଙ୍କ ଭାବନା ସହ ଖେଳିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କରୁଥିବା ଅପଚେଷ୍ଟାରେ ଆଦୌ ସଫଳ ହେବେ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top