Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବ୍ଲାକ୍ ରୋଜ୍ ଜାହାଜ ବୁଡ଼ିର ସିବିଆଇ ତଦନ୍ତକୁ ବିଜେଡିର ବିରୋଧ

ଭୁବନେଶ୍ୱର୍ : ବ୍ଲାକ୍ ରୋଜ୍ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବିକୁ ବିଜେଡି ବିରୋଧ କରିଛି । ବ୍ଲାକ୍ ରୋଜ୍ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିଥିବାବେଳେ ଏହି ମାମଲାକୁ ପୁଣିଥରେ ସିବିଆଇକୁ ହସ୍ତାନ୍ତର କରାଯିବା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେଡି କହିଛି ।
ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବ୍ଲାକ୍ ରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରି ଫାଇନାଲ ଚାର୍ଜସିଟ୍ କୋର୍ଟରେ ଦାଖଲ କରିସାରିଛି । ଏବେ ମାମଲା କୋର୍ଟଙ୍କ ବିଚାରାଧୀନ ରହିଥିବାବେଳେ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯିବାର ଉଦ୍ଦେଶ୍ୟ କ’ଣ? ଆଉ ପୁଣି ଜାହାଜ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ସିବିଆଇକୁ ଯେଉଁ ଚିଠି ଲେଖାଯାଇଛି ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁପାରିସ୍ କଥା ଉଲ୍ଲେଖ ରହିଛି । ତେଣୁ ଏହା ପଛରେ ରାଜନୀତି ଥିବା ଜଳଜଳ ଦେଖାଯାଉଛି । ଗତ ୪ବର୍ଷ ହେଲା କେନ୍ଦ୍ର ସରକାର ଏହି ମାମଲାରେ କାହିଁକି ତତ୍ପରତା ଦେଖାଉନଥିଲେ । ଏବେ କାହିଁକି ଦେଖାଉଛନ୍ତି ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି । ଏପଟେ ବ୍ଲକ୍ ରୋଜ୍ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଉପରେ ପ୍ରତିକ୍ରିୟା ଦେଇ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ତଦନ୍ତ କଲା କିନ୍ତୁ ଜାହାଜର ମାଲିକ କିଏ ଓ କାହାର ମାଲ୍ ସେଥିରେ ବିଦେଶ ଯାଉଥିଲା ତାହା ଜାଣିପାରିଲା ନାହିଁ । କିମ୍ବା ମାଲିକ ଓ ମାଲ ପଠାଉଥିବା ଲୋକଙ୍କୁ ବି ଖୋଜିଲା ନାହିଁ । କିନ୍ତୁ ହରିଦାସପୁରର ଜଣେ ସାଧାରଣ ଲୋକ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗି ଜାହାଜର ମାଲିକ କିଏ, କାହାର ମାଲ୍ ଯାଉଥିଲା ସବୁ ତଥ୍ୟ ପାଇଗଲେ । ପୂର୍ବରୁ ସେ ଏହି କଥା କହି କିଛି ଲୋକଙ୍କ ରୋଷର ଶିକାର ହୋଇଛନ୍ତି । ଏବେ ଯଦି ସିବିଆଇ ତାଙ୍କୁ ଏନେଇ ପଚାରିବ ସେ ନିଶ୍ଚିତ ଭାବେ ଯାହା ଜାଣିଛନ୍ତି ତାହା କହିବେ ବୋଲି ଡାକ୍ତର ରାଉତ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top