ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ ଏବଂ ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି ଏବଂ ପିକେ ସିଦ୍ଧାର୍ଥ ରାମକୁମାର ଏବଂ ରୁହାନୀ ଚତୁର୍ଥ ଓ ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ଏଥର ୫ ଜଣ ବାଳିକା ଶ୍ରେଷ୍ଠ ୧୦ ରେ ସ୍ଥାନ ପାଇଛନ୍ତି ।
UPSC ପ୍ରତିବର୍ଷ ତିନୋଟି ପର୍ଯ୍ୟାୟରେ ସିଭିଲ ସର୍ଭିସେସ୍ ପରୀକ୍ଷା କରାଇଥାଏ, ଏଥିରେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS) ଏବଂ ଭାରତୀୟ ପୁଲିସ ସେବା (IPS)ର ଅଧିକାରୀ ଚୟନ କରାଯାଇଥାଏ। ଏଥିପାଇଁ ତିନିଟି ପର୍ଯ୍ୟାୟ ପ୍ରାଥମିକ, ମୁଖ୍ୟ ଏବଂ ସାକ୍ଷାତକାର ପରୀକ୍ଷା ହୋଇଥାଏ।
୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ରାଙ୍କ ପାଇଥିବା ବେଳେ ୩୬ ନଂ ରାଙ୍କରେ ଅଛନ୍ତି ଆୟୁଷି ପ୍ରଧାନ। ସେହିପରି ଜୟଶ୍ରୀ ପ୍ରଧାନ(୫୨), ଅଭିମନ୍ୟୁ ମଲ୍ଲିକ(୬୦), ଅମ୍ରିତାଂଶୁ ନାୟକ(୧୧୦), ଯଶୋବନ୍ତ ମଲ୍ଲିକ(୧୧୫), ପଦ୍ମନାଭ ମିଶ୍ର(୧୭୬) ସ୍ଥାନରେ ଅଛନ୍ତି।
ଟପ୍ ୨୦ ମେରିଟ୍ ତାଲିକା:
ଆଦିତ୍ୟ ଶ୍ରୀବାସ୍ତବ,ଅନିମେଶ ପ୍ରଧାନ,ଡୋନୁରୁ ଅନନ୍ୟା ରେଡ୍ଡୀ,ପି.କେ ସିଦ୍ଧାର୍ଥ ରାମକୁମାର,ରୁହାନୀ,ସୃଷ୍ଟି ଦାବସ,ଅନମୋଲ ରାଠୋର,ଆଶିଷ କୁମାର,ନୌସିନ୍,ଐଶ୍ୱର୍ୟ୍ୟାମ ପ୍ରଜାପତି,କୁସ୍ ମତୱାନି,ଅନିକେତ୍ ସାଣ୍ଡିଲ୍ୟ,ମେଧା ଆନନ୍ଦ,ଶୌର୍ୟ୍ୟ ଅରୋରା,କୁନାଲ ରସ୍ତୋଗି,ଅୟାନ ଜୈନ,ସ୍ୱାତୀ ଶର୍ମା,ୱାର୍ଦା ଖାନ୍,ଶିବମ କୁମାର,ଆକାଶ ବର୍ମା


