ଭୁବନେଶ୍ୱର : ବିଜେଡିରୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ବହିଷ୍କାର ଉପରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ରିକିୟା ଦେଇଛନ୍ତି।
ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଦାମବାବୁ ସର୍ବଦା ଭିତିହୀନ ଓ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି।ତାଙ୍କର ମନ୍ତବ୍ୟ ହାସ୍ୟାସ୍ପଦ।ନୂଆ ଆଂଚଳିକ ଦଳ ଗଠନ କରିବା ସେମାନଙ୍କ ନିଜସ୍ୱ ବ୍ୟାପାର।କିନ୍ତୁ ତା’ର ପ୍ରଭାବ ବିଜେଡି ଉପରେ ପଡ଼ିବ ନାହିଁ । ଗତକାଲି ମଧ୍ୟ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଦଳବିରୋଧୀ କାର୍ଯ୍ୟ ପାଇଁ ଡାକ୍ତର ରାଉତଙ୍କୁ ବହିଷ୍କାର କରାଯାଇଛି।
ଉଲ୍ଲେଖଯୋଗ୍ୟ ଆଜି ଦିଲ୍ଲୀ ଗସ୍ତରୁ ଫେରିବା ପରେ ନବୀନ ନିବାସରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଦଳରୁ ଡାକ୍ତର ରାଉତଙ୍କ ବହିଷ୍କାର ଓ ତା’ପରବର୍ତୀ ଘଟଣାକ୍ରମକୁ ଅତ୍ୟନ୍ତ ହାଲକା ଭାବେ ନେଇଥିବା ଭଳି ତାଙ୍କ ବଡି ଲାଙ୍ଗୁଏଜରୁ ଜଣାପଡ଼ୁଥିଲା।ଏପରିକି ଡାକ୍ତର ରାଉତଙ୍କ ସଂକ୍ରାନ୍ତ ପ୍ରଶ୍ନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ହସରେ ଉଡ଼ାଇ ଦେଇଥିଲେ।ବିଜୁ ଅନୁଗତମାନେ ଦଳ ଗଢ଼ି ବିରୋଧ କରିବାକୁ ମଧ୍ୟ ହସରେ ଉଡ଼ାଇ ଦେଇଥିଲେ।


