Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କେନାଲକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଭଞ୍ଜନଗର(ଓଡ଼ିଶା ୱେୟାର) :ପୋଲ ଉପରୁ କେନାଲକୁ ଡେଇଁ ଯୁବକର ଆତ୍ମହତ୍ୟା । ଗଂଜାମ ଜିଲ୍ଲା ଆସିକା ସହର ନିକଟ , କଇଁଫୁଲିଆ ପୋଲ ନିକଟରେ ଘଟିଛି ଏଭଳି ଅଘଟଣ । ମୃତ ଯୁବକ ଜଣଙ୍କ ଆସିକା ଚିନିଶିଳ୍ପ ନୂଆଗାଁ ର ନିହାର ରଞ୍ଜନ ନାୟକ । ଗତକାଲି ଏନେଇ ଖବର ପାଇବା ପରେ ଆସିକା ଥାନା ପୋଲିସ , ଘଟଣା ସ୍ଥଳରେ ପହଞ୍ଚି କେନାଲ୍‌ ରୁ ନିହାରଙ୍କୁ ଉଦ୍ଧାର କରି ଆସିକା ମେଡିକାଲକୁ ନେଇଥିବା ବେଳେ , ସେଠାରେ ତାଙ୍କୁ , ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଶବକୁ ଜବତ କରିବାସହ , ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ ଆତ୍ମହତ୍ୟାର ଏଯାଏ କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଥାଉକି, ଗତ ନୁଇ ଦିନ ତଳେ ପୁଣି ମୁଣ୍ଡଳୀ ବ୍ରିଜ୍ ନିକଟରେ ଏକ ଅଘଟଣ ଗଟିଥିଲା। ମୁଣ୍ଡଳୀ ବ୍ରିଜରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡିଥିଲେ ଜଣେ ଯୁବକ। ବର୍ତ୍ତମାନ ସୁଦ୍ଧା ଯୁବକ ଜଣକ ନିଖୋଜ ଥିବା ସୂଚନା ମିଳିଛି। ୨୮ତାରିଖ ଅପରାହ୍ନ ପ୍ରାୟ ୩ଟା ସମୟରେ ଏହି ଅଘଟଣ ଘଟିଥିଲା। ଏହି ଘଟଣାର ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲା। ଯୁବକ ଜଣକ ଭୁବନେଶ୍ବର ସିଆରପି ଅଞ୍ଚଳର ଓ ସେ ଏକ ଘରୋଇ ସଂସ୍ଥାରେ ଏଚଆର୍ ଭାବେ କାମ କରୁଥିଲେ ବୋଲି ସୂଚନା ମିଳିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଭୁବନେଶ୍ବର ପଟୁ ସେହିଦିନ ଅପରାହ୍ନ ପ୍ରାୟ ୩ଟାରେ ଜଣେ ଯୁବକ ସ୍କୁଟି (ଓଡି ୦୭ ପି-୧୨୮୬)ରେ କଟକ ଅଭିମୁଖେ ଆସୁଥିଲେ। ଯୁବକ ଜଣକ ମୁଣ୍ଡଳୀ ବ୍ରିଜ୍‌ ଉପରେ ଗାଡ଼ି ରଖିଥିଲେ ଓ ସ୍କୁଟି ଉପରେ ମୋବାଇଲ ରଖିଥିଲେ। ଏହା ପରେ ମହାନଦୀକୁ ଡେଇଁପଡ଼ିଥିଲେ।

ବ୍ରିଜ୍‌ ଉପରେ ଯାଉଥିବା କିଛି ଲୋକେ ପାଟି କରି ଚିଲାଇଛନ୍ତି। ହେଲେ ଯୁବକ ଜଣକ କାହା କଥା ନଶୁଣି ନଦୀକୁ ଡେଇଁ ପଡିଛନ୍ତି। ଡେଇଁ ପଡିବା ପରେ କିଛି ଲୋକ ବ୍ରିଜ୍ ଉପରୁ ମଧ୍ୟ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହେଲେ ନାହିଁ। ଯୁବକଙ୍କୁ ମହାନଦୀର ଜଳସ୍ରୋତ ଠେଲି ନେଉଥିବା ମଧ୍ୟ ଲୋକେ ଦେଖିଛନ୍ତି। ତେବେ ଯୁବକ ଜଣକ କାହିଁକି ନଦୀକୁ ଡେଇଁଲେ ତାହା ଜଣାପଡ଼ିନି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କିଛି ବି ଖୋଜ ଖବର ମିଳିନାହିଁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top