Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବଜେଟ ରାଜ୍ୟ ଅର୍ଥନୀତିକୁ ଦୁଇପାଦ ପଛକୁ ନେବ: ବିଜେଡି

ହୋଇଛନ୍ତି। ସେହିପରି ବେକାରୀ ସମସ୍ୟା, ମହିଳା ସୁରକ୍ଷା, ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି ଓ ଶିଳ୍ପର ଅଭିବୃଦ୍ଧି ଇତ୍ୟାଦି ପ୍ରସଙ୍ଗରେ ବଜେଟ ସଂପୂର୍ଣ ନିରବ ରହିଛି।ସେହିପରି ବିଜେଡିର ଅନ୍ୟତମ ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି ଯେ, ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି ରାଜ୍ୟରେ କ୍ଷମତା ହାସଲ କରିଥିଲା ବେଳେ ଗତକାଲିର ବଜେଟ ମଧ୍ୟ ମିଥ୍ୟାରୁ ଆରମ୍ଭ କରିଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ସମୁଦାୟ ବଜେଟ ପରିମାଣ ୨ ଲକ୍ଷ ୬୫ ହଜାର କୋଟି ବୋଲି ଘୋଷଣା କରିବା ସହ ଏହା ପୂର୍ବ ବର୍ଷ ବଜେଟ ପରିମାଣଠାରୁ ୧୫ ପ୍ରତିଶତ ଅଧିକ ବୋଲି କହିଥିଲେ, ଯାହା ସଂପୂର୍ଣ ଭୂଲ୍ । ଗତ ବର୍ଷର ସମୁଦାୟ ବଜେଟ ପରିମାଣ ୨ ଲକ୍ଷ ୫୮ ହଜାର କୋଟି ରହିଥୁଲା, ତେଣୁ ଏବର୍ଷର ବଜେଟ ପରିମାଣ ପୂର୍ବ ବର୍ଷର ବଜେଟ ଠାରୁ ମାତ୍ର ୨.୭୧୩ ପ୍ରତିଶତ । ସେହିପରି କୃଷକ ସମୃଦ୍ଧ ଯୋଜନାରେ ୩ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହା ଧାନର ସର୍ବନିମ୍ନ ମୂଲ୍ୟରେ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କା ବୋନସ ଦେବା ପାଇଁ ଖର୍ଚ୍ଚ ହେବ । ରାଜ୍ୟର ସମସ୍ତ ଧାନ କିଣା ପାଇଁ ୮୦୦ ଟଙ୍କା ବୋନସ ପ୍ରଦାନ କଲେ ପ୍ରାୟ ୭ ହଜାର କୋଟିର ଆବଶ୍ୟକ ଥିବା ବେଳେ ମାତ୍ର ୩ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାରୁ ଏହା କେତେଦୂର ସଫଳ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ସରକାର କେନ୍ଦ୍ରରେ ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶର ସମୁଦାୟ ଋଣ ୨ଶହ ୫ ଲକ୍ଷ କୋଟି ବୃଦ୍ଧି ପାଇଛି ।

ସେହି ନ୍ୟାୟରେ ରାଜ୍ୟ ସରକାର ମଧ୍ୟ ରାଜ୍ୟର ଋଣ ଭାଗ ବୃଦ୍ଧି କରିବା ପାଇଁ ବଜେଟରେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି।ଉଲ୍ଲେଖଯୋଗ୍ୟ, ନବୀନ ସରକାରଙ୍କ ୨୪ ବର୍ଷର ଶାସନ କାଳରେ ୭୮ ହଜାର କୋଟି ଟଙ୍କା ରଣ ହୋଇଥିଲା ବେଳେ ରାଜ୍ୟ ସରକାର ଏହି ବର୍ଷ ପ୍ରାୟ ୪୩ ହଜାର ୪ଶହ ୯୫କୋଟି ଋଣ କରିବା ପାଇଁ ଆକଳନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଡ.ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top