Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

(ସୋଆ) ଏସ୍‌ଏଚ୍‌ଏମ୍‌ରେ “ପଖାଳ ଉତ୍ସବ”ଆରମ୍ଭ

ଭୁବନେଶ୍ୱର,(ଓଡ଼ିଶା ୱେୟାର) : ଓଡିଶାର ପାରମ୍ପରିକ ଖାଦ୍ୟ ତଥା ଓଡ଼ିଆଙ୍କ ପ୍ରାଣ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଠାରେ ଏପ୍ରିଲ୍ ୧ ତାରିଖ ଦିନ “ପଖାଳ ଉତ୍ସବ” ଆରମ୍ଭ ହୋଇଛି । ୬ ଦିନ ବ୍ୟାପି ଚାଲିବାକୁ ଥିବା ଏହି ପଖାଳ ଉତ୍ସବକୁ ସୋଆର ଉପସଭାପତି ଶାଶ୍ୱତୀ ଦାସ ଶୁଭାରମ୍ଭ କରିଛନ୍ତି ।

ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ, ଫାକଲ୍ଟି ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଦ୍ୱାରା ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହାକୁ ଆଦୃତ କରାଇବାର ଉଦ୍ଦେଶ୍ୟ ରହିଛି । ଉତ୍କଳ ଦିବସ ଅବସରରେ ଏହି ଉତ୍ସବର ଶୁଭାରମ୍ଭ କରି ଶ୍ରୀମତି ଦାସ ଏହାକୁ ଏକ ଅଭିନବ ପ୍ରୟାସ ବୋଲି କହିଛନ୍ତି । ବିଶ୍ୱ ଦରବାରରେ ପଖାଳ ଓଡ଼ିଆଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ଏହା ଦ୍ୱାରା ଓଡ଼ିଆଙ୍କ ଅସ୍ମିତା ଅଧିକ ସୁଦୃଢ଼ ହେଉଛି ବୋଲି ସେ କହିଛନ୍ତି ।

ପଖାଳ ଉତ୍ସବ ପରିପ୍ରେକ୍ଷୀରେ ଗ୍ରାମାଂଚଳର ଛାପ ସୃଷ୍ଟି କରାଯିବା ସହ କୃତ୍ରିମ ପୋଖରୀ, କୂଅ, ବିଭିନ୍ନ ପ୍ରକାର ପରିବା ଚାଷ ଓ ଗ୍ରାମଦେବୀଙ୍କ ମୂର୍ତ୍ତିର ପୂଜାର୍ଚ୍ଚନା ଭଳି ଛାତ୍ରଛାତ୍ରୀମାନଙ୍କ ପ୍ରୟାସରେ ଏକ ପରିବେଶ ସୃଷ୍ଟି କରାଯାଇଥିବା ବେଳେ ଏହାକୁ ଦାସ ପ୍ରଶଂସା କରିଛନ୍ତି ।

ସେହିପରି ପଖାଳ ଉତ୍ସବର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇ ଏସ୍‌ଏଚ୍‌ଏମ୍‌ର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର କହିଥିଲେ ଯେ ଓଡ଼ିଆଙ୍କ ପ୍ରାଣ ହେଉଛି ପଖାଳ କଂସା । ପଖାଳ ଦ୍ୱାରା ଅଂଶୁଘାତ ଓ ଚର୍ମ ରୋଗ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଥାଏ । ଗରିବ ହୁଅନ୍ତୁ କି ଧନୀ ସବୁ ଓଡ଼ିଆଙ୍କର ପ୍ରିୟ ହେଉଛି ପଖାଳ । ୭ ବର୍ଷ ଧରି ପଖାଳ ଉତ୍ସବ ଏସ୍‌ଏଚ୍‌ଏମ୍‌ରେ ପାଳନ ହୋଇଆସୁଥିବା ବେଳେ ଗତ ୨ ବର୍ଷ ହେବ କୋଭିଡ ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଆଗକୁ ଏହି ଉତ୍ସବ ମହୋତ୍ସବର ରୂପ ନେବ ବୋଲି ପ୍ରଫେସର ମିଶ୍ର ଆଶା ବ୍ୟକ୍ତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top