Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କଂଗ୍ରେସର ବିଶାଳ ‘କମ୍ପନ’ ସମାବେଶ: କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଲେ

ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ସରକାର ବିରୁଦ୍ଧରେ କଂଗ୍ରେସ ନିଜର ସ୍ୱରକୁ ଶାଣିତ କରିବା ସହ ନବନିଯୁକ୍ତ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏକ ‘କମ୍ପନ ସମାବେଶ’ ଆୟୋଜନ କରିଛି ।
ଛାତ୍ର ସଭାପତି ନୱାଜଙ୍କ ନେତୃତ୍ୱରେ ଏକ ବିଶାଳ ର‌୍ୟାଲି ଏୟାରପୋର୍ଟ ଛକରୁ ଶିଶୁଭବନ ଓ ରାଜମହଲ ଛକ ଦେଇ ମାଷ୍ଟରକ୍ୟାଂଟିନ ସ୍ଥିତ କଂଗ୍ରେସ ଭବନକୁ ଆସିବାପରେ ସେଠାରେ ‘କମ୍ପନ ସମାବେଶ’ ଅନୁଷ୍ଠିତ ହୋଇଥିଲା । ଏଥିରେ ପିସିସି ପ୍ରଭାରୀ ଏ.ଚେଲାକୁମାର ଯୋଗ ଦେଇ ଛାତ୍ର କଂଗ୍ରେସ ହିଁ ପରିସ୍ଥିତିର ପରିବର୍ତ୍ତନ କରିପାରିବ ବୋଲି କହିଥିଲେ । ରାଜ୍ୟର ନବୀନ ପଟ୍ଟନାୟକ ସରକାର ଓ କେନ୍ଦ୍ରର ମୋଦି ସରକାରର ଭ୍ରଷ୍ଟାଚାର, ଦୁର୍ନୀତି ଓ କୁଶାସନ ବିରୁଦ୍ଧରେ ଶାଣିତ ସ୍ୱର ଉତ୍ତୋଳନ କରିବା ପାଇଁ ସେ ଛାତ୍ର କଂଗ୍ରେସକୁ ଉପଦେଶ ଦେଇଥିଲେ । ସେ ନିଜର ଛାତ୍ର କଂଗ୍ରେସ ରାଜନୀତି ସମୟର ସଂଗ୍ରାମର ଅଭିଜ୍ଞତାକୁ ପ୍ରକାଶ କରି କହିଥିଲେ ଯେ ଆଜି କଂଗ୍ରେସରେ ଦେଶ ଓ ରାଜ୍ୟରେ ପ୍ରତିଷ୍ଠିତ ଏବଂ ନାମୀନେତାମାନେ ଛାତ୍ର କଂଗ୍ରେସ ରାଜନୀତିରୁ ସୃଷ୍ଟି ହୋଇଛନ୍ତି । ସେ କହିଥିଲେ ଯେ ନବୀନ ବାବୁଙ୍କର ବର୍ଷକୁ ୨ଲକ୍ଷ ଏବଂ ମୋଦିଙ୍କର ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି । ଓଡିଶାରେ କଂଗ୍ରେସ ହୀରାକୁଦ ଡ୍ୟାମ, ପାରାଦ୍ୱୀପ ବନ୍ଦର, ରାଉରକେଲା ଷ୍ଟିଲ୍ ପ୍ଲାଂଟ, ନାଲ୍‌କୋ ପ୍ରଭୃତି ଅନେକ ଆଖିଦୃଶିଆ ପ୍ରତିଷ୍ଠାନ କରିଥିବା ବେଳେ ବିଜେଡି ୨୦ ବର୍ଷ ଧରି ଲୋକଙ୍କୁ ଲୁଣ୍ଠନ ଓ ଶୋଷଣ କରୁଛି । ଅନ୍ୟ ପକ୍ଷରେ ମୋଦି ସରକାର ଏକ କୃଷକବିରୋଧ କୃଷି ନୀତି ପ୍ରଣୟନ କରିଛନ୍ତି ।
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଛାତ୍ର କଂଗ୍ରେସକୁ ରାଜ୍ୟରେ ସୁସଂଗଠିତ ଓ ଏକ ପ୍ରଭାବୀ ସଂଗଠନରେ ପରିଣତ କରାଯିବ । ଉଭୟ ବିଜୁବାବୁ ଓ ନବୀନବାବୁ ଓଡ଼ିଶା ପାଇଁ କିଛି କରିନାହାନ୍ତି । ପାରାଦ୍ୱୀପ ଏବଂ ହାଇୱେ ଏକ୍ସପ୍ରେସ୍ ବିଜୁ ବାବୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥିଲା ବେଳେ ହୋଇଥିଲା । ପରବର୍ତ୍ତୀ ସମୟରେ ବିଜୁବାବୁ କ୍ଷମତାସୀନ ହୋଇଥିଲେ ମଧ୍ୟ ଓଡିଶାର ବିକାଶ ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇପାରିନାହାନ୍ତି । ୨୦ ବର୍ଷର ନବୀନ ପଟ୍ଟନାୟକ ସରକାର ଓଡିଶାକୁ ରସାତଳଗାମୀ କରିଛି । କରୋନା ମୁକାବିଲାରେ ଏ ସରକାର ବିଫଳ ହୋଇଛନ୍ତି । ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ କାରଖାନା ବା ଶିଳ୍ପ ପ୍ରତିଷ୍ଠା କରିବେ କ’ଣ କଂଗ୍ରେସ ସମୟରେ ପ୍ରତିଷ୍ଠା କରାଯାଇଥିବା ସମସ୍ତ ବୃହତ୍ ଓ ମଧ୍ୟମ ଶିଳ୍ପକୁ ବନ୍ଦ କରିଦେଲେ ।
ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ ଯେ କମ୍ପନ ସମାବେଶର ବାର୍ତ୍ତା ଓଡ଼ିଶାର ପୁରପଲ୍ଲୀରେ ପ୍ରତିଧ୍ୱନିତ ହେବ । ଉଭୟ ନବୀନ ସରକାର ଓ ମୋଦି ସରକାର ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ ଗଢି ତୋଳିବାକୁ ଛାତ୍ର କଂଗ୍ରେସ ସଂକଳ୍ପବଦ୍ଧ ।
ଏହି କାର୍ଯ୍ୟକ୍ରମରେ ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ସଂଗ୍ରାମ କେଶରୀ ଜେନା, ଡ. ଦେବାଶିଷ ପଟ୍ଟନାୟକ, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ,ପ୍ରଦୀପ ମାଝୀ, ଅନନ୍ତ ସେଠୀ, ରାମଚନ୍ଦ୍ର ଖୁଂଟିଆ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଶୁଭେନ୍ଦୁ ମହାନ୍ତି, ଅରିନ୍ଦମ ସର୍କେଲ, ଡାକ୍ତର ଲଲାଟେନ୍ଦୁ ମହାପାତ୍ର, ବିଶ୍ୱଜିତ ଦାସ, ସତ୍ୟପ୍ରକାଶ
ନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋଜ ରାଉତ, ମନୋରଞ୍ଜନ ଦାଶ, କିରଣ ସାହୁ, ରଂଜିତ ଦାସ, ଜୟନ୍ତ ଭୋଇ, ପଦ୍ମାକର ଗୁରୁ, ରଂଜିତ ପାତ୍ର, ଅଜୟ ସାହୁ, ସ୍ୱାଗତ କର, ବଟକୃଷ୍ଣ ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top