Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦିନକ ପରେ ବିଧାନସଭା: ଆସନ୍ତାକାଲି ରଣନୀତି ଚୂଡ଼ାନ୍ତ କରିବେ ଶାସକ-ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଦିନକ ପରେ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ନଭେମ୍ବର ୨୦ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୪୦ଦିନିଆ ଅଧିବେଶନ ନିମନ୍ତେ ଆସନ୍ତାକାଲି ଉଭୟ ଶାସକ ଓ ବିରୋଧୀ ଦଳ ନିଜ ନିଜର ରଣନୀତିକୁ ଚୂଡ଼ାନ୍ତ କରିବେ । କୋଭିଡ୍ ଗାଇଡଲାଇନ୍ ପାଳନ କରି ଚାଲିବାକୁ ଥିବା ବିଧାନସଭାର ଏହି ଅଧିବେଶନରେ ପ୍ରଶ୍ନକାଳ ହେବ ନାହିଁ ଓ ଗୃହ କାର୍ଯ୍ୟ ଦୈନିକ ମାତ୍ର ସାଢ଼େ ୪ଘଣ୍ଟା ଚାଲିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହେବାର ସମ୍ଭାବନା ରହିଛି ।
ମିଳିଥିବା ସୂଚନା ଅନୁସାରେ ଶାସକ ବିଜେଡିର ବିଧାୟକ ଦଳ ବୈଠକ ବିଧାନସଭା ପରିସରରେ ଆସନ୍ତାକାଲି ସନ୍ଧ୍ୟା ୬ଟା ୧୫ମିନିଟରେ ବସିବ । ଅଧିବେଶନର ଅବଧି ବେଶୀଦିନ ରହିଥିବାରୁ ଶାସକ ଦଳ ପକ୍ଷରୁ ଓଡ଼ିଶାର ବିଭିନ୍ନ ଦାବିକୁ କେନ୍ଦ୍ର ସରକାର କରିଥିବା ଅଣଦେଖାକୁ ଗୃହରେ ପ୍ରସଙ୍ଗ କରାଯିବାର ସମ୍ଭାବନା ରହିଛି । ମହାନଦୀ ଜଳବିବାଦର ସମାଧାନରେ ବିଳମ୍ବ, କେନ୍ଦ୍ର କୃଷି ବିଲ ଓ ନୂଆ ଶିକ୍ଷା ନୀତି , ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ବୃତ୍ତି ପରିମାଣ ହ୍ରାସ, ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ଆଦି ପ୍ରସଙ୍ଗରେ ବିଜେଡି ବିଧାୟକମାନେ ଗୃହରେ ସ୍ୱର ଉତ୍ତୋଳନ କରିବାର ସମ୍ଭାବନା ରହିଛି ।
ସେହିପରି ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାୟକ ଦଳ ବୈଠକ ମଧ୍ୟ ଆସନ୍ତାକାଲି ଦିନ ୧୨ଟାରେ ବସିବ । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଗୃହରେ କେଉଁସବୁ ପ୍ରସଙ୍ଗ ଉତଥାପନ କରାଯିବ ତାହା ଉପରେ ଆସନ୍ତାକାଲି ବିଧାୟକ ଦଳ ବୈଠକରେ ବିଚାରବିମର୍ଶ କରାଯିବ । ଏଥିପାଇଁ ଆବଶ୍ୟକ ରଣନୀତି ମଧ୍ୟ ଦଳ ପ୍ରସ୍ତୁତ କରିବ । ସୀମାବିବାଦ, ବିଜୁଳି ଦର ବୃଦ୍ଧି, ଚାଷୀଙ୍କ ପ୍ରସଙ୍ଗକୁ ବିଜେପି ଅଧିକ ଗୁରୁତ୍ୱ ଦେବ । ନିଶ୍ଚିତ ଭାବେ ବିରୋଧୀ ଦଳ ପାଖରେ ରାଜ୍ୟ ସ୍ୱାର୍ଥସହ ଜଡ଼ିତ ଅନେକ ପ୍ରସଙ୍ଗ ରହିଛି ଯାହା ମାଧ୍ୟମରେ ସରକାରଙ୍କୁ ଜବାବ ମଗାଯିବ ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଆସନ୍ତାକାଲି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଦଳର ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ବିଧାନସଭା ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ ହେବ । ବିଭିନ୍ନ ପ୍ରସଙ୍ଗ ଅଛି, ଦଳର ବିଧାୟକମାନେ ଗୃହରେ ଉଠାଇବେ । ବେକାରୀ ସମସ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଧାନକିଣାରେ ଅବ୍ୟବସ୍ଥା ଆଦିକୁ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିବ । ପ୍ରଶ୍ନକାଳ ନରହିବାକୁ କଂଗ୍ରେସ ଦୃଢ଼ ବିରୋଧ କରୁଛି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top