Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୪୬୪ କୋଟିର ୪ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ

ଭୁବନେଶ୍ୱର(ଓଡ଼ିଶା ୱେୟାର):କୋଭିଡ୍ ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ୪୬୪.୭୨ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି।

ଭୁବନେଶ୍ୱର(ଓଡ଼ିଶା ୱେୟାର):କୋଭିଡ୍ ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ୪୬୪.୭୨ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୮୭୩ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କରୋନା ପରିସ୍ଥିତି ସତ୍ତ୍ୱେ ଫେବୃୟାରୀ ମାସରୁ ଏପର୍ଯ୍ୟନ୍ତ ରାଜ୍ୟକୁ ପ୍ରାୟ ୧.୧୯ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ଓ ଏହାଦ୍ୱାରା ୫୪୧୩୧ଟି ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ସୂଚନା ମିଳିଛି।
ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣର ବୈଠକରେ ଖୋର୍ଦ୍ଧା ଜିଲ୍ଲାର ମଳିପଡ଼ାଠାରେ ଫାଇବର ବୋର୍ଡ କାରଖାନା କରିବା ନିମନ୍ତେ ଗାଲାକ୍ସ ଇଣ୍ଡଷ୍ଟ୍ରିକୁ ଅନୁମତି ମିଳିଛି। ଏହି କାରଖାନାରେ କମ୍ପାନୀ ୯୩କୋଟି ଟଙ୍କା ନିବେଶ କରି ୩୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ। ସେହିପରି ଗ୍ଲୋବସ୍ କମ୍ପାନୀ ଦ୍ୱାରା ଖୋର୍ଦ୍ଧା ଓ ନୟାଗଡ଼ରେ ଇଥାନଲ ପ୍ଲାଣ୍ଟ ଓ ୪ମେଗାୱାଟର ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିରେ କମ୍ପାନୀ ୧୫୧କୋଟି ଟଙ୍କା ନିବେଶ କରିବ ଓ ୩୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ।
ସେହିପରି ଏନଭିରୋକେୟାର କମ୍ପାନୀ ସୁନ୍ଦରଗଡ଼ର ଲାଠିକଟାଠାରେ ପେଲେଟ ପ୍ଲାଣ୍ଟ ଓ ସ୍ଲରି ପାଇପଲାଇନ୍ ନିର୍ମାଣ କରିବ ଓ ଏଥିରେ ୧୯୫ଜଣ ନିଯୁକ୍ତି ସୁଯୋଗ ପାଇବେ ତଥା କମ୍ପାନୀ ୧୦୦କୋଟି ଟଙ୍କା ନିବେଶ କରିବ।
ଏହି ପ୍ରକଳ୍ପଗୁଡ଼ିକୁ ଉନ୍ନତମାନର ବିଦ୍ୟୁତ ସେବା ଯୋଗାଇ ଦେବାକୁ ଗ୍ରୀଡକୋ ପ୍ରତିଶ୍ରୁତି ଦେଇଥିବାବେଳେ ଏସବୁ ପ୍ରକଳ୍ପ ନିମନ୍ତେ ଜମି ଓ ଜଳଯୋଗାଣର ବାସ୍ତବ ଆକଳନ ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top