Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦେଢ଼ବର୍ଷ ଚୁପ୍ ଥିଲା ବିଜେଡି, ଏବେ ଦେଉଛି ଜବାବ: ସିବିଆଇକୁ ବି ସନ୍ଦେହ କଲା

ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପି ସରକାର ଦ୍ୱିତୀୟଥର କ୍ଷମତାସୀନ ହେବାପରଠୁ ଦଳର କୌଣସି କେନ୍ଦ୍ରୀୟ ନେତାଙ୍କୁ କଡ଼ା ଜବାବ ଦେଉନଥିବା ବିଜେଡି ପ୍ରାୟ ଦୀର୍ଘ ଦେଢ଼ବର୍ଷ ପରେ ଏବେ ପ୍ରତିକ୍ରିୟାଶୀଳ ହୋଇଛି । ତା’ପୁଣି ବିଜେପିର ନୂଆ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସମାଲୋଚନା କରିବା ପରେ । ସିବିଆଇକୁ ରାଜନୀତିକ ଉଦ୍ଦେଶ୍ୟରେ ବିଜେପି ଉପଯୋଗ କରୁଛି ବୋଲି ବିଜେଡି ସିଧାସଳଖ ଅଭିଯୋଗ କରିବାକୁ ମଧ୍ୟ ପଛାଇ ନାହିଁ ।
ନବନିଯୁକ୍ତ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକ ସରକାରକୁ କଡ଼ା ସମାଲୋଚନା କରିବା ସହ ରାଜ୍ୟବାସୀ ନବୀନ ବାବୁଙ୍କୁ ଭୋଟ୍ ଦେଇ କ୍ଷମତାକୁ ଆଣିଥିଲେ ମଧ୍ୟ ଏଠି ଶାସନ ସରକାରୀ ବାବୁମାନେ କରୁଛନ୍ତି । ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ କୋଇଲା, ଜଙ୍ଗଲ, ଚିଟଫଣ୍ଡ, ଜମି ଭଳି ଅନେକ ଦୁର୍ନୀତିରେ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି । ଆୟୁଷ୍ମାନ ଯୋଜନାକୁ ଲାଗୁ ନକରିବା, ପାନୀୟ ଜଳ ଯୋଗାଣ ଓ ପକ୍କାଘର ବଣ୍ଟନ, ପରୀ ହତ୍ୟା ଆଦି ପ୍ରସଙ୍ଗରେ ସରକାରଙ୍କ ବିଫଳତାକୁ ନେଇ ଡି. ପୁରନ୍ଦେଶ୍ୱରୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ବିଜେଡି ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ଅତୀତରେ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣାରେ ଜୟରାମ ପାଙ୍ଗୀଙ୍କ ଭୂମିକାକୁ ନେଇ ଅନେକ ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଥିଲା । କିନ୍ତୁ ପାଙ୍ଗୀ ବିଜେପିରେ ଯୋଗଦେବା ପରେ ତାଙ୍କୁ ଦଳ ସ୍ୱାଗତ କରି ଗତ ନିର୍ବାଚନରେ ଟିକେଟ୍ ମଧ୍ୟ ଦେଇଥିଲା । ଲାଗୁଛି ରାଜ୍ୟ ବିଜେପି ଏଭଳି ଘଟଣା ସମ୍ପର୍କରେ ପୁରନ୍ଦେଶ୍ୱରୀଙ୍କୁ ଠିକ୍ ଭାବେ ଅବଗତ କରିନି ।
ସର୍ବାଧିକ ଗୃ ନିର୍ମାଣ କରିଥିବା ଯୋଗୁ ଓଡ଼ିଶାକୁ ୫ଟି ପୁରସ୍କାର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି । ବୋଧହୁଏ ପୁରନ୍ଦେଶ୍ୱରୀ ଏଥିପ୍ରତି ସଚେତନ ନାହାନ୍ତି ।
ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପି ପରାଜିତ ହେବାପରେ ଦଳର କର୍ମୀ ଓ ନେତାମାନଙ୍କ ମନୋବଳ ବୃଦ୍ଧି ପାଇଁ ପୁରନ୍ଦେଶ୍ୱରୀ ଆସିଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି । ବିଶେଷକରି ବାଲେଶ୍ୱରର ପରାଜୟ ଦଳର ମନୋବଳକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି ଓ ଏବେ ତାଙ୍କ ଉପରେ ଗୁରୁ ଦାୟିତ୍ୱ ରହିଛି । ତାଙ୍କ ନିଜ ଦଳର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଗତକାଲି ଜଣେ ମହିଳା ସମାଜସେବୀଙ୍କୁ ସର୍ବସାଧାରଣ କାର୍ଯ୍ୟକ୍ରମରେ ଦୁର୍ବ୍ୟବହାର କରିଛନ୍ତି ଓ ଏନେଇ ପୁଲିସରେ ଅଭିଯୋଗ ହୋଇଥିବା ସମ୍ପର୍କରେ ବୋଧହୁଏ ପୁରନ୍ଦେଶ୍ୱରୀ ଅବଗତ ନାହାନ୍ତି । ଦଳର କର୍ମୀମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସେ ତାଙ୍କର ସମସ୍ତ ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି ।
ବିଜେପି ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀ ଚାଷୀଙ୍କ ସମସ୍ୟା ବିଶେଷକରି ଏମଏସପି ପ୍ରସଙ୍ଗରେ କହିବା ଉଚିତ୍ । ଓଡ଼ିଶା ବିଧାନସଭାରେ ୨୦୧୭ ମାର୍ଚ୍ଚ ୨୫ତାରିଖରେ ସର୍ବସମ୍ମତ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଥିଲା । ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୪୭୦ଟଙ୍କାରୁ ୨୯୩୦ଟଙ୍କା ବୃଦ୍ଧି ନିମନ୍ତେ ଏହି ସଂକଳ୍ପରେ ଦାବି ହୋଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି ।
ତେବେ ବିଜେପି କେନ୍ଦ୍ରୀୟ ନେତାଙ୍କ ପ୍ରସଙ୍ଗରେ ବେଶ୍ ମାପିଚୁପି ମନ୍ତବ୍ୟ ଦେଉଥିବା ବିଜେଡି ଆଜି ପୁରନ୍ଦେଶ୍ୱରୀଙ୍କୁ ଯେଉଁଭଳି ଢଙ୍ଗରେ ସମାଲୋଚନା କରିଛି ତାହା ଦୁଇ ଦଳ ମଧ୍ୟରେ ଥିବା ଗୁପ୍ତ ବୁଝାମଣା ସମୀକରଣକୁ ପ୍ରଭାବିତ କରିବାର ଆଶଙ୍କା ଥିବା ଚର୍ଚ୍ଚା ହେଉଛି ।
ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ପୁରନ୍ଦେଶ୍ୱରୀ ମିଛ କହୁଛନ୍ତି । ତେବେ ଏଭଳି ପ୍ରବଂଚନା ରାଜ୍ୟବାସୀଙ୍କ ନିକଟରେ କାମ ଦେବ ନାହିଁ ବୋଲି ଶ୍ରୀ ପାତ୍ର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top