Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜେପି କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବକ୍ତବ୍ୟ

ପୁରୀରେ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବକ୍ତବ୍ୟ । ଜେପି ନଡ୍ଡା ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ ସହ ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ କର୍ମୀଙ୍କୁ ବଧାଇ ଦେବା ସହ କହିଛନ୍ତି ଓଡ଼ିଶାକୁ ବିକାଶ ପଥରେ ନେବାର କୌଣସି ସୁଯୋଗ ଛାଡ଼ିବନି ବିଜେପି । ଲୋକସଭା ସିଟ୍‌ ଡବଲ କରିବାକୁ କହିଥିଲି କିନ୍ତୁ ଆପଣମାନେ ୨୦ ସିଟ୍‌ ଦେଲେ । ଲୋକସଭା ପାଇଁ ୪୫ ପ୍ରତିଶତ ଭୋଟ୍‌ ଦେବା ସହ ବିଧାନସଭାରେ ୪୦.୭ପ୍ରତିଶତ ଭୋଟ୍‌ ସହ ସରକାର ଗଠନ ସୁଯୋଗ ଦେଇଥିବାରୁ ଧନ୍ୟବାଦ।ମୋଦୀଙ୍କୁ ବିରୋଧ କରୁ କରୁ ଏବେ କଂଗ୍ରେସ ଦେଶକୁ ବିରୋଧ କରିବା ଆରମ୍ଭ କଲେଣି । ଏବେ ଓଡ଼ିଶାରେ ବିଜେପି ସରକାର ଗଢିଛି । କିନ୍ତୁ ଏହାପୂର୍ବରୁ ମଧ୍ୟ ଓଡ଼ିଶାକୁ କେବେ ଅଣଦେଖା କରିନି କେନ୍ଦ୍ର ସରକାର । ଆର୍ଥିକ ପ୍ୟାକେଜ ସହ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଛି ବିଜେପି ।

ସରକାର ବଦଳିବା ସହ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଇଛି, ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ରତ୍ନଭଣ୍ଡାରକୁ ଖୋଲାଯାଇଛି । ପୂର୍ବରୁ ବିକାଶରେ ବାଧା ଦେଉଥିଲେ ସରକାର, କିନ୍ତୁ ନୂଆ ସରକାର ବିକାଶକୁ ପ୍ରାଥମିକତା ଦେଇଛନ୍ତି ବୋଲି କହିଛନ୍ତି ଜେପି ନଡ୍ଡା ।ଏହାସହ ନଡ୍ଡା କହିଛନ୍ତି, ଆମର ଆଦିବାସୀ ଭାଇ ଓ ଭଉଣୀମାନେ ମଧ୍ୟ ବିଜେପିକୁ ପୂର୍ଣ୍ଣ ଆଶୀର୍ବାଦ ଦେଇଛନ୍ତି। ଆଜି ଆମର ବିଜେପିର ୧୮ ଜଣ ଆଦିବାସୀ ଭାଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ଆମ ସରକାର କାମ କରିବ । ଓଡ଼ିଶାରେ ୨୧ରୁ ୨୦ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଛି । ଆଜିର ଦିନରେ ବିଜେପି ୧୩ଟି ରାଜ୍ୟରେ ଶାସନ କରୁଛି। ଏନ୍‌ଡିଏ ନେତୃତ୍ବରେ ୧୮ଟି ରାଜ୍ୟରେ ସରକାର ଚାଲିଛି। ଦେଶର ୫୭ ପ୍ରତିଶତ ଭୂଭାଗରେ ବିଜେପି ସରକାର ଚାଲିଛି।

କଂଗ୍ରେସ ଅନ୍ୟର ଭରସାରେ ବଞ୍ଚିଛି। ଅମରି ଲତା ଭଳି ବଢୁଛି।ଭାରତ ଆତ୍ମନିର୍ଭରଶୀଳ ଦିଗରେ ଆଗକୁ ବଢୁଛି। କିଛି ବର୍ଷ ପୂର୍ବରୁ ଭାରତରେ ବ୍ୟବହାର ହେଉଥିବା ମୋବାଇଲ ମେଡ୍‌ ଇନ୍‌ ଜାପାନ, ମେଡ ଇନ୍‌ ଚାଇନା, ମେଡ୍‌ ଇଡି ତାଇୱାନ ଲେଖାଯାଉଥିଲା। ଏବେ କିନ୍ତୁ ଭାରତରେ ମୋବାଇଲ ମୋବାଇଲ ଉତ୍ପାଦନ ହେଉଛି। ଆପଣମାନେ ବ୍ୟବହାର କରୁଥିବା ମୋବାଇଲ୍‌ରେ ମେଡ୍‌ ଇନ୍‌ ଇଣ୍ଡିଆ ଲେଖା ରହୁଛି। କେବଳ ମୋବାଇଲ୍‌ ନୁହେଁ। ବରଂ ଅଟୋ ମୋବାଇଲ ସେକ୍ଟରରେ ମଧ୍ୟ ଭାରତର ବିକାଶ ହୋଇଛି। ବିଶ୍ବର ତୃତୀୟ ସର୍ବବୃହତ୍ତ ଅଟୋ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି ଭାରତ ବୋଲି ଜେପି ନଡ୍ଡା ଓଡ଼ିଶା ବାସୀଙ୍କୁ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top