Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୧୧ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର: ୨୨୦ଟି ନୂଆ ଓଏଏସ୍ ପଦବୀ ସୃଷ୍ଟି

ଭୁବନେଶ୍ୱର(ଓଡ଼ିଶା ୱେୟାର): ପଶ୍ଚିମ ଓଡ଼ିଶାରେ ୧୭୪.୫କିମି ଲମ୍ବ ବିଶିଷ୍ଟ ୪୪୮କୋଟି ଟଙ୍କାର ବିଜୁ ଏକ୍ସପ୍ରେସ୍ ୱେକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଓଏଏସ୍ ପାହ୍ୟାରେ ୨୨୦ଟି ନୂଆ ପଦବୀ ସୃଷ୍ଟି ସମେତ ମୋଟ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ହୋଇଥିବା ଏହି କ୍ୟାବିନେଟ ବୈଠକରେ ଅର୍ଥ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ସାଧାରଣ ପ୍ରଶାସନ, ଗୃହ ଓ ନଗର ଉନ୍ନୟନ ଓ ପୂର୍ତ୍ତ ବିଭାଗର ମୋଟ ୧୧ଟି ପ୍ରସ୍ତାବକୁୁ ଅନୁମୋଦନ ମିଳିଛି। ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପାହ୍ୟାରେ ଆଉ ୨୨୦ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାସହିତ ଓଏଏସ୍ ପାହ୍ୟାରେ ଥିବା ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୧୯୦୩ରୁ ୨୧୨୩କୁ ବୃଦ୍ଧି ପାଇଛି। ଓଏଏସ୍ ପଦବୀର ବରିଷ୍ଠ ପାହ୍ୟାରେ ଏହି ମୋଟ ୨୨୦ଟି ପଦବୀ ସୃଷ୍ଟି ହୋଇଛି ଓ ଏଣ୍ଟ୍ରି ଲେଭଲ୍ ପଦବୀ ସଂଖ୍ୟା ସମାନ ରହିଛି । ତେବେ ଓଏଏସ ଏଣ୍ଟ୍ରି ଲେଭଲ୍ ପଦବୀ ସଂଖ୍ୟା ୧୧୮୮କୁ ଅପରିବର୍ତ୍ତିତ ରଖି ଓଏଏସ୍ ଗ୍ରୁପ-ଏ(ସିନିୟର ବ୍ରାଂଚ) ପାହ୍ୟାରେ ଅଧିକ ୫୫ଟି, ଓଏଏସ (ସୁପର ଟାଇମ୍ ସ୍କେଲ) ପାହ୍ୟାରେ ୩୫ଟି, ଓଏଏସ୍ (ସୁପରିଅର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍‌) ପାହ୍ୟାରେ ୯୦ଟି, ଓଏଏସ( ସ୍ପେଶାଲ ସେକ୍ରେଟାରୀ) ପାହ୍ୟାରେ ଅଧିକ ୪୦ଟି ପଦବୀ ସୃଷ୍ଟିକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଦୀର୍ଘଦିନ ଧରି ବରିଷ୍ଠ ପାହ୍ୟାର ପଦବୀ ସଂଖ୍ୟା ବୃଦ୍ଧି ପାଇଁ ଦାବି ହେଉଥିଲା।
ସେହିପରି ନବୀନ ପଟ୍ଟନାୟକ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ବିଜୁ ଏକ୍ସପ୍ରେସ୍ ୱେ’ରେ ୧୭୪.୫କିମି ରାସ୍ତା ନିର୍ମାଣ କରାଯିବ। ୪ ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ୍ ୱେ ପାଇଁ ରାଜ୍ୟ ସରକାର ଇପିଏସ୍ ଚୁକ୍ତିନାମା ମାଧ୍ୟମରେ ୪୪୮.୦୨କୋଟି ଅର୍ଥ ବ୍ୟୟ କରିବେ। ଏଥିରେ ମୋଟ ୧୭୪.୫କିମି, ୧୭ଟି କ୍ଷୁଦ୍ର ପୋଲ ଓ ୮ ବୃହତ୍ ପୋଲ ନିର୍ମାଣ ହେବ। ଏହି ସମଗ୍ର ରାସ୍ତା ଦୁଇଟି ଜିଲ୍ଲା ନୂଆପଡ଼ା ଓ କଳାହାଣ୍ଡି ଦେଇ ଅତିକ୍ରମ କରିବ। ବିଜୁ ଏକ୍ସପ୍ରେସ୍ ୱେ ନୂଆପଡ଼ା ଜିଲ୍ଲାରେ ଘଟିପଡ଼ାଠାରୁ ସିନାପାଲ୍ଲୀ ପର୍ଯ୍ୟନ୍ତ ୧୦୪.୬୫କିମି ସହିତ ୬ଟି କ୍ଷୁଦ୍ର ପୋଲ ଓ ୬ଟି ବୃହତ୍ ପୋଲ ନିର୍ମାଣ ହେବ। ସେହିପରି କଳାହାଣ୍ଡି ଜିଲ୍ଲାରେ ବାକି ୬୯.୮୫ କିମି ବିଶିଷ୍ଟ ରାସ୍ତା ସିନାପାଲ୍ଲୀଠାରୁ ଧର୍ମଗଡ଼ ଦେଇ ଆମପାଣି ପର୍ଯ୍ୟନ୍ତ ନିର୍ମାଣ ହେବ। ଏହି ରାସ୍ତାରେ ତତସହିତ ୧୧ଟି କ୍ଷୁଦ୍ର ପୋଲ ଏବଂ ୨ଟି ବୃହତ୍ ପୋଲ ନିର୍ମାଣ କରାଯିବ । ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ମଧ୍ୟ ସମାନ୍ତରାଳ ଭାବେ ବିଜୁ ଏକ୍ସପ୍ରେସ୍ ୱେ ଦେଇ ଶିଳ୍ପର ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରୁଛି। ପଶ୍ଚିମ ଓଡ଼ିଶା ବିକାଶ ପାଇଁ ସମ୍ପ୍ରସାରିତ ସଂଯୋଗୀକରଣ ସହିତ ଶିଳ୍ପର ଅଭିବୃଦ୍ଧି ଓ ସାମଗ୍ରିକ ଅର୍ଥନୀତିକ ଉନ୍ନତି ଯୋଗାଇବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top