ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨ଜଣ ସାଂସଦ ଓ ୧୧ଜଣ ବିଧାୟକଙ୍କୁ ସଦସ୍ୟ ଭାବେ ରାଜ୍ୟ ସରକାର ମନୋନୀତ କରିଛନ୍ତି।
ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏହି ସଦସ୍ୟ ତାଲିକାରେ ୨ଜଣ କଂଗ୍ରେସ ବିଧାୟକ ଓ ୨ଜଣ ବିଜେପି ବିଧାୟ ଥିବାବେଳେ ଅନ୍ୟମାନେ ସମସ୍ତେ ବିଜେଡିର।
ସଦସ୍ୟ ଭାବେ ବଲାଙ୍ଗିର ସାଂସଦ କଳିକେଶ ସିଂହଦେଓ ଓ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କୁ ସାମିଲ କରାଯାଇଛି।ସେହିପରି ବିଜେପି ବିଧାୟକ ବସନ୍ତ ପଣ୍ଡା ଓ ନିତେଶ ଗଙ୍ଗଦେବ ଏବଂ କଂଗ୍ରେସ ବିଧାୟକ ନବ କିଶୋର ଦାସ ଓ ଯୋଗେଶ ସିଂହଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଥିବାବେଳେ ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ, ପଦ୍ମନାଭ ବେହେରା, ସଞ୍ଜିବ ସାହୁ, ରମେଶ ପଟୁଆ, ରୀତା ସାହୁ, ଟୁକୁନି ସାହୁ ଓ ମହିଧର ରଣାଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି।


