ଭୁବନେଶ୍ୱର : ବାହାର ରାଜ୍ୟର ଛାତ୍ରଛାତ୍ରୀ ଏଣିକି ଓଡ଼ିଶାରେ ଇଞ୍ଜିନିୟରିଂ ପଢ଼ିପାରିବେ । ବିଭିନ୍ନ ଇଞ୍ଜିନିୟରିଂ କଲେଜ୍ ଓ ୟୁନିର୍ଭସିଟିରେ ଏଣିକି ସେମାନଙ୍କ ପାଇଁ ୨୫% ସିଟ୍ ସଂରକ୍ଷିତ ରହିବ । ଜେଇଇ ମେନ୍ରେ ଓଡ଼ିଶା ଭାଗ ନେବା ପରଠାରୁ ରାଜ୍ୟରେ ଖାଲି ପଡ଼ୁଥିବା ମାତ୍ରାଧିକ ସିଟ୍କୁ ପୂରଣ ନିମନ୍ତେ ଓପେକା ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ଗତ ୩୦ ତାରିଖରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପଲିସି ପ୍ଲାନିଂ ବଡିରେ ମଞ୍ଜୁରୀ ମିଳିଛି । ସେହିପରି ଏଆଇସିଟିଇ ଗାଇଡ୍ଲାଇନ୍ ଅନୁସାରେ ରାଜ୍ୟର ମୋଟ ୮୩ଟି ଘରୋଇ ଇଞ୍ଜିନିୟରିଂ କଲେଜର ୫ହଜାର ସିଟ୍କୁ ହ୍ରାସ କରାଯାଇଛି । ଗତବର୍ଷ ଏସବୁ ଇଞ୍ଜିନିୟରିଂ କଲେଜରେ ସିଟ୍ ସଂଖ୍ୟା ୩୭୪୩୮ ଥିବାବେଳେ ଚଳିତବର୍ଷ ଏହାକୁ ୩୨ହଜାର ୧୬୦ରେ ସୀମିତ ରଖାଯାଇଛି । ସେହିପରି ଚଳିତବର୍ଷ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୩୦ ପ୍ରତିଶତ ଫି’ ବୃଦ୍ଧି ପାଇଁ ଯୋଜନା ରହିଛି ।


