କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଭିନ୍ନ ଜେଲରେ ଆଜି କ୍ୟାମ୍ପକୋର୍ଟ ଅନୁଷ୍ଠିତ ହୋଇଛି । ବିନା ଓକିଲ ଓ ଟଙ୍କାରେ ୨୭୦ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳିଛି । ଓକିଲମାନଙ୍କ ଆନ୍ଦୋଳନ ଯୋଗୁ ବିଭିନ୍ନ ଜେଲରେ ନିର୍ଦ୍ଧାରିତ ସଂଖ୍ୟାଠୁ ଅଧିକ ସଂଖ୍ୟକ ଅଭିଯୁକ୍ତ ରହିଥିବାରୁ ସୁରକ୍ଷାଗତ ସମସ୍ୟା ଦେଖାଦେଇଥିଲା । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ଜେଲଗୁଡ଼ିକରେ କ୍ୟାମ୍ପକୋର୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଆଜି କେନ୍ଦ୍ରାପଡ଼ା ଜେଲରୁ ସର୍ବାଧିକ ୧୫୭ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳିଥିବାବେଳେ ଚୌଦ୍ୱାର ଜେଲରୁ ୫୬ଜଣ, ସୋରରୁ ୪ଜଣ, କରଞ୍ଜିଆରୁ ୨୯ଜଣ, ବଡ଼ବିଲରୁ ୯ଜଣ, ରାଇରଙ୍ଗପୁରରୁ ୭ଜଣ, ଜଗତସିଂହପୁରରେ ୮ଜଣ, ଆନନ୍ଦପୁର ଓ ଚମ୍ପୁଆରେ ୪ଜଣ ଲେଖାଏ ଅଭିଯୁକ୍ତ ବିନା ଓକିଲ ଓ ଟଙ୍କାରେ ଜାମିନ ପାଇଥିଲେ । ତେବେ ଓକିଲଙ୍କ ଆନ୍ଦୋଳନ ଯୋଗୁ ଜୟପୁର ଓ କୋରାପୁଟ ଜିଲ୍ଲାରେ କୌଣସି ଅଭିଯୁକ୍ତ ଜାମିନ ପାଇପାରିନାହାନ୍ତି ।


