Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଜାନୁୟାରୀ ୧୫ରେ ସଂଶୋଧିତ ଭୋଟର ତାଲିକା, ସାମିଲ ହେବେ ନୂଆ ଭୋଟର

ଭୁବନେଶ୍ୱର(ଓଡ଼ିଶା ୱେୟାର): ଭୋଟର ତାଲିକାରେ ନାଁ ଯୋଡ଼ିବା ଅବା ବାଦ୍ ଦେବା ପାଇଁ ଚଳିତମାସ ୨୮ତାରିଖରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଯେଉଁମାନଙ୍କର ବୟସ ୨୦୨୧ ମସିହା ଜାନୁୟାରୀ ୧ତାରିଖ ସୁଦ୍ଧା ୧୮ବର୍ଷ ବୟସ ହୋଇଥିବ ସେମାନେ ନୂଆ ଭୋଟର ତାଲିକାରେ ନିଜର ନାମ ପଞ୍ଜିକରଣ କରିପାରିବେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ଭୁବନେଶ୍ୱର(ଓଡ଼ିଶା ୱେୟାର): ଭୋଟର ତାଲିକାରେ ନାଁ ଯୋଡ଼ିବା ଅବା ବାଦ୍ ଦେବା ପାଇଁ ଚଳିତମାସ ୨୮ତାରିଖରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଯେଉଁମାନଙ୍କର ବୟସ ୨୦୨୧ ମସିହା ଜାନୁୟାରୀ ୧ତାରିଖ ସୁଦ୍ଧା ୧୮ବର୍ଷ ବୟସ ହୋଇଥିବ ସେମାନେ ନୂଆ ଭୋଟର ତାଲିକାରେ ନିଜର ନାମ ପଞ୍ଜିକରଣ କରିପାରିବେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
ସୂଚନା ଅନୁସାରେ, ରାଜ୍ୟର ସମସ୍ତ ଭୋଟଗ୍ରହଣ କେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ ଅଫିସ, ସମସ୍ତ ତହସିଲ ଓ ବ୍ଲକ କାର୍ଯ୍ୟାଳୟରେ ନଭେମ୍ବର ୧୬ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ନୂତନ ଭୋଟମାନଙ୍କୁ ତାଲିକାରେ ସାମିଲ ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି ନିମନ୍ତେ ସେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଟର ତାଲିକା ସଂଶୋଧନ ନିମନ୍ତେ ନଭେମ୍ବର ୨୮ ଓ ୨୯ତାରିଖ ଏବଂ ଡିସେମ୍ବର ୫ ଓ ୬ତାରିଖରେ ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ ବୁଥ ସ୍ତରୀୟ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ କରିବେ। ଯେଉଁମାନେ ୧୮ବର୍ଷ ବୟସର ହୋଇଥିବାବେଳେ ସେମାନେ ବୁଥସ୍ତରୀୟ ଅଧିକାରୀଙ୍କଠୁ ଫର୍ମ-୬ ଆଣି ଆବେଦନ କରିପାରିବେ। ଏହାସହିତ ଡ୍ରାଫ୍ଟ ଭୋଟର ତାଲିକା କିମ୍ବା ଭୋଟର ପରିଚୟ ପତ୍ରରେ କୌଣସି ପ୍ରକାରର ତ୍ରୁଟି ଥିଲେ ଫର୍ମ-୮ ଏବଂ ଭୋଟର ତାଲିକାରୁ ନାଁ ବାଦ୍ ଦେବା ପାଇଁ ଫର୍ମ-୭ ମାଧ୍ୟମରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି।
ସଂଶୋଧନ କାର୍ଯ୍ୟକ୍ରମ ପରେ ଜାନୁୟାରୀ ୫ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ତା’ର ସମାଧାନ କରାଯିବ। ୨୦୨୧ ମସିହା ଜାନୁୟାରୀ ୫ତାରିଖରେ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବ। ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିଥିବାବେଳେ ସେଥିରେ ନିୟୋଜିତ କର୍ମଚାରୀମାନଙ୍କର ବଦଳି କରାଯାଇ ପାରିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ନିର୍ଦ୍ଦେଶ ଦେଇଛନ୍ତି।
ଭୋଟର ତାଲିକା ସଂଶୋଧନ ପାଇଁ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ କିମ୍ବା ଭୋଟର ହେଲପଲାଇନକୁ ଲଗଇନ୍ କରି ନିଜର ନାଁ ଯାଂଚ ସହ ଫର୍ମ ଡାଉନଲୋଡ୍ କରି ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କୁ ଆବେଦନ କରାଯାଇ ପାରିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top