Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଟିଏମସିରେ ଯୋଗଦେଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ

କୋଲକତା:କଂଗ୍ରେସକୁ ଜବରଦସ୍ତ ଝଟକା ଲାଗିଛି। ଦଳର ପୂର୍ବତନ ସାଂସଦ ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ଆଜି ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହୋଇଛନ୍ତି। ଦିବଂଗତ ପ୍ରଣବ ଦା’ ସବୁବେଳେ କଂଗ୍ରେସ ସହ ରହିଥିଲେ। ସେ ଦେଶର ରାଷ୍ଟ୍ରପତି ମଧ୍ୟ ହୋଇଥିଲେ। କିନ୍ତୁ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଜି ଟିଏମସିରେ ମିଶିଛନ୍ତି।
ଆଜି ଅଭିଜିତଙ୍କ ମିଶ୍ରଣ ପାଇଁ କୋଲକାତାରେ ଟିଏମସିର ପକ୍ଷରୁ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ କରାଯାଇଥିଲା। ଟିଏମସିର ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟୟ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଧିବଦ୍ଧ ଭାବେ ମମତାଙ୍କ ଦଳର ପତାକା ଧରିଛନ୍ତି।
କଂଗ୍ରେସ ଟିକେଟରୁ ଅଭିଜିତ ଜଙ୍ଗିପୁରରୁ ଲୋକସଭା ଯାଇଥିବା ବେଳେ ନଲହାଟିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏବେ ସେ ଟିଏମସିରେ ମିଶିଥିବାରୁ ଦଳ ତାଙ୍କୁ ଜଙ୍ଗିପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ।
ବେଙ୍ଗଲ ବିଧାନସଭା ନିର୍ବାଚନ ବେଳେ ଏଠାରେ ଟିଏମସି ପ୍ରାର୍ଥୀ କରିଥିବା ନେତାଙ୍କ ଦେହାନ୍ତ ହୋଇଥିଲା। ତେଣୁ ଭୋଟ ଗ୍ରହଣ ସ୍ଥଗିତ ରହିଛି। ଏହି ଆସନ ପାଇଁ ଉପ ନିର୍ବାଚନ ହେଲେ ଟିଏମସି ଅଭିଜିତଙ୍କୁ ହିଁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ଅଭିଜିତଙ୍କ ବାପା ପ୍ରଣବ ମୁଖାର୍ଜୀ ବେଙ୍ଗଲର ମୁର୍ଶିଦାବାଦରେ ଥିବା ଜଙ୍ଗିପୁରରୁ ଦୁଇ ଥର ଲୋକସଭା ଯାଇଥିଲେ। ୨୦୧୨ରେ ସେ ରାଷ୍ଟ୍ରପତି ରେସ୍ରେ ସାମିଲ ହେବାରୁ ତାଙ୍କୁ ଏହି ଆସନ ଖାଲି କରିବାକୁ ପଡ଼ିଥିଲା।
ଅଭିଜିତ ଏହି ଆସନରୁ ୨୦୧୨ରେ ଅନୁଷ୍ଠିତ ଉପ ନିର୍ବାଚନରେ ଜିତି ଲୋକସଭାକୁ ଯାଇଥିଲେ। ୨୦୧୪ରେ ପୁଣି ସେ ଏହି ଆସନରୁ ଜିତିଥିଲେ। ତେବେ ୨୦୧୯ରେ ସେ ଟିଏମସି ପ୍ରାର୍ଥୀଙ୍କ ଠାରୁ ହାରି ଯାଇଥିଲେ। ବେଙ୍ଗଲ ବିଧାନସଭା ନିର୍ବାଚନ ବେଳେ ସେ କଂଗ୍ରେସର ପ୍ରଚାର କମିଟି ଦାୟିତ୍ୱରେ ଥିଲେ। ଏବେ ସେ ଟିଏମସିରେ ଯୋଗଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top