Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅଗଷ୍ଟରେ ଆସିପାରେ କରୋନାର ତୃତୀୟ ଲହର

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର କବଳରୁ ଲୋକମାନେ ଠିକ୍ ଭାବେ ମୁକୁଳି ପାରି ନଥିବା ବେଳେ ଏବେ ତୃତୀୟ ୱେଭ ସମସ୍ତଙ୍କୁ ଚିନ୍ତାରେ ପକାଇଛି। କରୋନାର ସମ୍ଭାବ୍ୟ ତୃତୀୟ ଲହର ଆସନ୍ତା ମାସ ବା ଅଗଷ୍ଟରେ ଦେଶକୁ ହିଟ କରିବ ବୋଲି ଏସ୍ବିଆଇର ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି।
ଅଗଷ୍ଟରେ ଦେଶରେ କାୟା ବିସ୍ତାର କରିବାକୁ ଥିଲେ ହେଁ ତୃତୀୟ ୱେଭର ସର୍ବୋଚ୍ଚ ଗତି ସେପ୍ଟେମ୍ବର ମାସରେ ହିଁ ଦେଖିବାକୁ ମିଳିବ ବୋଲି ଏହି ରିପୋର୍ଟରେ କୁହାଯାଇଛି। Covid-19: The race to finishing line ନାଁରେ ଏସ୍ବିଆଇ ପ୍ରକାଶ କରିଥିବା ରିପୋର୍ଟରେ କରୋନାର ଦ୍ୱିତୀୟ ୱେଭ ସମ୍ପର୍କରେ ମଧ୍ୟ କୁହାଯାଇଛି।
କରୋନାର ଦ୍ୱିତୀୟ ଲହର ଏପ୍ରିଲରେ ଦେଶରେ ପ୍ରବେଶ କରିଥିଲା ଓ ମେ’ ୭ରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଦିଲ୍ଲୀ ଠାରୁ ପଲ୍ଲୀ ଯାଏ ସବୁଆଡ଼େ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ବର୍ତ୍ତମାନର ତଥ୍ୟକୁ ଆକଳନ କଲେ ଜଣାପଡ଼ୁଛି ଯେ ଜୁଲାଇ ୨ ସପ୍ତାହ ବେଳକୁ ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ପାଖରେ ରହିଥିବ। ତେବେ ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ପୁଣି ଏହା ବଢ଼ିବାର ଆଶଙ୍କା ରହିଛି।
କିଛି ଦିନ ଧୀରେଧୀରେ ସଂଖ୍ୟା ବଢ଼ିବା ପରେ ସେପ୍ଟେମ୍ବର ମାସରେ ତୃତୀୟ ୱେଭ ତା’ର ସର୍ବୋଚ୍ଚ ଗତି ଦେଖାଇବ। ଏହି ସମୟରେ ଦୈନିକ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି।
ସୂଚନାଯୋଗ୍ୟ, ଦେଶରେ ଏବେ କରୋନାର ଦୈନିକ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୯, ୭୯୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୭୨୩ ଜଣଙ୍କ ମୃତ୍ୟୁ ଘଟିଛି। ଦିନକରେ ୪୨,୩୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top