Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଜାତିଆଣ ମନ୍ତବ୍ୟ ଦେଇ ବିଜେପି ନେତା ଅଶ୍ବିନ ଉପାଧ୍ୟାୟ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତର ଠାର ମୁସଲିମ ବିରୋଧୀ ମନ୍ତବ୍ୟ ଦେଇ ବିଜେପି ନେତା ଅଶ୍ବିନ ଉପାଧ୍ୟାୟ ଗିରଫ ହୋଇଛନ୍ତି । ଦିଲ୍ଲୀର ଜନ୍ତରମନ୍ତର ଠାରେ ମୁସଲିମ ବିରୋଧୀ ମନ୍ତବ୍ୟ ଓ ଉତ୍ତେଜନା ପୂର୍ଣ୍ଣ ମନ୍ତବ୍ୟ ଦେବା ମାମଲାରେ ପୁଲିସ କଡ଼ା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁଲିସ ବିଜେପି ନେତା ଅଶ୍ବିନୀ ଉପାଧ୍ୟାୟଙ୍କ ସମେତ ବିନୋଦ ଶର୍ମା, ଦୀପକ ସିଂହ, ଦିପକ, ବିନୀତ କ୍ରାନ୍ତି, ପ୍ରିତ ସିଂହଙ୍କୁ ମଧ୍ୟ ଗିରଫ କରିଛି ।
ପ୍ରିତ ସିଂହ ସେଭ ଇଣ୍ଡିଆ ଫାଉଣ୍ଡେସନର ନିର୍ଦ୍ଦେଶକ ରହିଛନ୍ତି । ଏହି ବ୍ୟାନର ତଳେ ଭାରତ ଛାଡ଼ ଆନ୍ଦୋଳନ ନାମକ ଏକ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଠାରେ କହି ରଖୁ କି ଆନ୍ଦୋଳନ ଚାଲୁଥିବା ସମୟରେ ଅଶ୍ବିନୀ ବିବାଦୀୟ ଟିପ୍ପଣୀ ଦେବା ସହିତ ଗାଳି ଗୁଲଜ କରିଥିଲେ । ତେବେ ଏହି ଘଟଣାରେ ଉତ୍ତମ ମାଲିକ, ବିନୀତ କ୍ରାନ୍ତି, ପିଙ୍କି ଭୟା ଓ ଅଶ୍ବିନୀ ଉପାଧ୍ୟାୟ ଏହି କାର‌୍ୟ୍ୟକ୍ରମର ଆୟୋଜକ ରହିଥିଲେ । ଅଶ୍ବିନୀଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଫେରାର ରହିଥିବା ଜଣାପଡ଼ିଛି । ଏମାନଙ୍କୁ ପୁଲିସ ଖୋଜୁଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ରାଜଧାନୀ ଦିଲ୍ଲୀରେ ଜନ୍ତରମନ୍ତର ଠାରେ ଆୟୋଜିତ ଏକ ରାଲିରେ ବିଭିନ୍ନ ସାମ୍ପ୍ରଦାୟିକ ବିବାଦୀୟ ସ୍ଲୋଗାନ ସବୁ ଲଗାଯାଇଥିଲା । ଏହାର ସବୁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ପୁଲିସ କହିବା ମୁତାବକ ପୁଲିସ ପ୍ରଶାସନର ଅନୁମତି ବିନା ଏହା ସବୁ କରାଯାଇଥିଲା । ତେବେ ଏହି ରାଲି ସୁପ୍ରିମ କୋର୍ଟ ଓକିଲ ତଥା ବିଜେପି ନେତା ଅଶ୍ବିନୀ ଉପାଧ୍ୟାୟଙ୍କ ତତ୍ତ୍ବାବଧାନରେ ଆୟୋଜନ କରାଯାଇଥିଲା ।
ସେପଟେ ଅଶ୍ବିନ କହିଛନ୍ତି କି, ଏହି ଭିଡ଼ିଓ ସମ୍ପର୍କରେ ମୁଁ କିଛି ଜାଣିନାହିଁ । ଏହି ରାଲିରେ କେବଳ ୫ ରୁ ୬ ଜଣ ନାରା ଦେଉଥିଲେ । ତେବେ ଏଭଳି ନାରା ଦେବା ସମ୍ପୂର୍ଣ୍ଣ ଭାବେ ଭୁଲ ଥିଲା ବୋଲି ସେ କହିଛନ୍ତି । ଭାଇରାଲ ଭିଡ଼ିଓରେ ମୁସଲିମ ମାନଙ୍କୁ ରାମ ରାମ କହିବାକୁ ଧମକ ଦିଆଯାଉଥିବା ଦେଖିବାକୁ ମିଳିଛି । ଆୟୋଜିତ ଏହି ରାଲିରେ ହିନ୍ଦୁସ୍ତାନ ମେ ରେହେନା ହୋଗା, ଜୟ ଶ୍ରୀରାମ କେହେନା ହୋଗା ନାରା ଦିଆଯାଉଥିବା ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top