ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): ଓଡ଼ିଶା ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ। ଆଉ ବ୍ୟୟବହୁଳ ହେବନି ଇକମୋ ଚିକିତ୍ସା। କଟକ SCBରେ ଆରମ୍ଭ ହେଲା ଇକମୋ ଚିକିତ୍ସା। ୯ଟି ଇକମୋ ମେସିନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଲୋକଙ୍କୁ ମାଗଣାରେ ମିଳିବ ଇକମୋ ଚିକିତ୍ସା। ପୂର୍ବ ଭାରତରେ ସରକାରୀ ଭାବେ ଇକମୋ ଚିକିତ୍ସା ଯୋଗାଉଥିବା ଏହା ସବୁଠାରୁ ବଡ ୟୁନିଟ୍ । ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବନି।
ଏହି ୟୁନିଟ୍ ପାଇଁ ଦକ୍ଷ ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ‘ଇକମୋ ଚିକିତ୍ସା ହେଉଛି ଅଧିକ ବ୍ୟୟବହୁଳ, କିନ୍ତୁ ରାଜ୍ୟ ସରକାର ଏହି ସେବା ମାଗଣାରେ ଯୋଗାଇଦେବେ । ବୋସ ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ SCB ଅଭିମୁଖେ ଯାଇଥିଲେ ।
ସେଠାରେ ପୂର୍ବ ଭାରତର ଏହି ବଡ଼ ଏକମୋ ୟୁନିଟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଇକମୋ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଏୟାର ଆମ୍ବୁଲାନସରେ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲା ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...