Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବଦଳିବ ଆଫଗାନିସ୍ତାନର ନାଁ !

ନୂଆଦିଲ୍ଲୀ: ଦୀର୍ଘ ଦିନର ଆଲୋଚନା ପର୍ଯ୍ୟାଲୋଚନା ପରେ ଏବେ ସମ୍ପୂର୍ଣ୍ଣ ଆଫଗାନିସ୍ତାନ ଉପରେ ତାଲିବାନ ନିଜର ଆଧିପତ୍ୟ ଜାହିର କରିଛି । ଆଫଗାନିସ୍ତାନର ତାଲିବାନର ସଦସ୍ୟ ମୁଲ୍ଲା ହେବତୁଲ୍ଲହା ଆଖୁନଜାଦା ହେବେ ସର୍ବୋଚ୍ଚ ନେତା । ଏହା ସହିତ ଆଫଗାନିସ୍ତାନର ନାମ ପରିବର୍ତ୍ତନ କରିବାକୁ ମଧ୍ୟ ତାଲିବାନ ପକ୍ଷରୁ ଘୋଷଣା କରାଯାଇଛି । ଆଫଗାନିସ୍ତାନର ନାମ ପରିବର୍ତ୍ତନ କରି ତାଲିବାନ ଇସଲାମି ଏମିରେଟସ ଅଫ ଆଫଗାନିସ୍ତାନ ହେବ ବୋଲି ତାଲିବାନ ସୂଚନା ଦେଇଛି । ଏନେଇ ଟୋଲୋ ନ୍ୟୁଜ ସୂଚନା ଦେଇଛି ।
ତାଲିବାନର ସାଂସ୍କୃତିକ ଆୟୋଗ ସଦସ୍ୟ ଅନାମୁଲ୍ଲା ସମାଗାନୀ କହିଛନ୍ତି କି ନବଗଠିତ ସରକାରକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ଏନେଇ ଖୁବ ଶୀଘ୍ର ସରକାର ଗଠନ ହେବା ନେଇ ଘୋଷଣା କରାଯିବ । ନୂଆ ସରକାରର ମୁଖିଆ ମୁଲ୍ଲା ହେବତୁଲ୍ଲହା ଆଖୁନଜାଦା ହେବେ ବୋଲି ସେ ସୂଚନା ଦେଇଛନ୍ତି । ଅନାମୁଲ୍ଲା ସମାଗାନୀ ଆହୁରି ମଧ୍ୟ କହିଛନ୍ତି କି ନୂଆ ସରକାର ଉପରେ ବିଚାରବିମର୍ଶ ପ୍ରାୟ ଶେଷ ହୋଇଛି । ଏପରିକି କ୍ୟାବିନେଟ ଉପରେ ମଧ୍ୟ ଆଲୋଚନା ଶେଷ ହୋଇଛି । ଏହି ସରକାର ସାଧାରଣ ଲୋକଙ୍କ ପାଇଁ ଏକ ମଡେଲ ଭାବେ ଉଭା ହେବ । ଭରସାଯୋଗ୍ୟ ନେତାଙ୍କ ନେତୃତ୍ବରେ ଆଫଗାନିସ୍ତାନରେ ସରକାର ଗଠନ ହେବ । ଏହା ନିଶ୍ଚିତ ପକ୍ଷେ ସମସ୍ତଙ୍କ ପାଇଁ ବେଶ ଲାଭଦାୟକ ହେବ । ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
ସେହିପରି ଟୋଲୋ ନ୍ୟୁଜ ଅନୁଯାୟୀ ପ୍ରତି ରାଜ୍ୟରୁ ଏଭଳି ଜଣେ ବ୍ୟକ୍ତି ରହିବେ, ଯିଏ ପ୍ରଧାନମନ୍ତ୍ରୀଙ୍କ ଭୁମିକା ଗ୍ରହଣ କରିବେ । ସମାଗାନୀ ଆଫଗାନି ଟିଭି ଚ୍ୟାନେଲକୁ ସୂଚନା ଦେଇ କହିଛନ୍ତି କି ନୂଆ ବ୍ୟବସ୍ଥାର ନାଁ ନାଁ ଗଣତନ୍ତ୍ର ନା ଏମିରେଟ ହେବ । ଏହା ଏକ ଇସଲାମ ଭଳି ସରକାର ଗଠନ ହେବ । ତେବେ ହେବତୁ୍ଲା ସରକାରର ଶୀର୍ଷ ନେତା ହେବେ । ତାଙ୍କ ଅଧିନରେ ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତି ରହିବେ । ଶୀର୍ଷ ନେତାଙ୍କ ନିର୍ଦ୍ଦେଶ ତଥା ନେତୃତ୍ବରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top