Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କୋଟିପତି ଅଙ୍ଗନବାଡ଼ି କର୍ମୀ ଗିରଫ

ଭୁବନେଶ୍ୱର,(ଓଡ଼ିଶା ଓ୍ବେୟାର): କୋଟିପତି ଅଙ୍ଗନବାଡ଼ି କର୍ମୀ ଗିରଫ। ପିସି ଆକ୍ଟରେ ଭୁବନେଶ୍ୱର କୋରଡ଼ାକଣ୍ଟାର ଅଙ୍ଗନବାଡ଼ି କର୍ମୀ କବିତା ମଥାନ୍‌ଙ୍କୁ ଗିରଫ କରିଛି ଭିଜିଲାନ୍‌ସ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତକାଲି ତାଙ୍କ ଘରେ ରେଡ୍‌ କରିଥିଲା ଭିଜିଲାନ୍ସ ଟିମ । ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୪ କୋଟି ଟଙ୍କା। ଅଙ୍ଗନବାଡ଼ି କର୍ମୀ କବିତା ମଥାନଙ୍କ ମାସିକ ଦରମା ୭ହଜାର ୫ଶହ ଟଙ୍କା । ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଜଗତସିଂହପୁରରେ ଏକକାଳୀନ ୬ଟି ସ୍ଥାନରେ ହୋଇଥିଲା ଚଢାଉ।
କେସୁରାସ୍ଥିତ ଦୁଇ ମହଲା ଘର, ଝାରପଡ଼ା ସ୍ଥିତ ୨ଟି ୩ ମହଲା କୋଠା, କେନ୍ଦ୍ରାପଡ଼ା ପଟ୍ଟମୁଣ୍ଡାଇ ସ୍ଥିତ ପୈତୃକ ଘର ଓ ଜଗତସିଂହପୁର ଜିଲ୍ଲା ବାଲିକୁଦା ଘରେ ଚଢାଉ କରିଥିଲା ଭିଜିଲାନ୍‌ସ ଟିମ୍‌। ଭୁବନେଶ୍ୱରରେ ତାଙ୍କର ୪ଟି କୋଠା ରହିଛି । ସେଥିରୁ ଗୋଟିଏ ଚାରି ମହଲା କୋଠା, ଗୋଟିଏ ତିନମହଲା ଓ ୨ଟି ୨ ମହଲା କୋଠା । ଅଙ୍ଗନବାଡ଼ି କର୍ମୀ କବିତା ମଥାନଙ୍କର ଭୁବନେଶ୍ୱରରେ ୧୦ଟି ପ୍ଲଟ ସମେତ ମୋଟ ୧୪ଟି ପ୍ଲଟ ରହିଛି । ଏହାସହ ଗୋଟିଏ ୪ ଟକିଆ ଗାଡ଼ି, ୩ଟି ବାଇକ ଥିବା ଜଣାଯାଇଛି । ଚଢାଉ ବେଳେ ତାଙ୍କ ନାଁରେ ୨ ଲକ୍ଷ ୨୦ ହଜାର ଟଙ୍କାର ବୀମା ବଣ୍ଡ୍‌ ଥିବା ଜଣାପଡ଼ିଛି । ୨୧୨ ଗ୍ରାମର ସୁନା ଜବତ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top