Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟ୍ରିବ୍ୟୁନାଲ ରିଫର୍ମ ଆକ୍ଟ-୨୦୨୧ର ସାମ୍ବିଧାନିକ ବୈଦ୍ଧତା ଓ ତମାମ ଦେଶରେ ଖାଲି ପଡ଼ିଥିବା ଅତିରିକ୍ତ ନ୍ୟାୟଧିଶ ପଦବୀ ସହ ଜଡ଼ିତ ଏକ ମାମଲାର ଶୁଣାଣୀ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେ ଚୟନ କମିଟି (SCSC) ଦ୍ୱାରା ପଠାଯାଇଥିବା ନିୟମକୁ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି । ପ୍ରତିକ୍ଷା ତାଲିକାରେ ନିର୍ଦ୍ଦିଷ୍ଟ ଭାବେ ନିଯୁକ୍ତି ଦେଇଛନ୍ତି। ଯାହା ଅତ୍ୟନ୍ତ ନିରାଶାଜନକ। CJI କହିଛନ୍ତି ଯେ ଆଇନର ନିୟମ ଅନୁସରଣ କରି ଆମେ ଏକ ଗଣତାନ୍ତ୍ରିକ ଦେଶ। ଆମେ ଏହାକୁ ଗ୍ରହଣ କରିପାରିବୁ ନାହିଁ ।

ସୁପ୍ରିମକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏକ ଚୟନ ପ୍ୟାନେଲ ଦ୍ୱାରା ପର୍ଯ୍ୟାପ୍ତ ସଂଖ୍ୟକ ନାମ ସୁପାରିଶ କରାଯାଇଥିବାବେଳେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଟ୍ରିବ୍ୟୁନାଲର ସଦସ୍ୟ ଭାବେ ନିଯୁକ୍ତି ପାଇଁ ମନୋନୀତ ବ୍ୟକ୍ତିଙ୍କୁ ମନୋନୀତ କରିଥିବା ଅଭିଯୋଗ କରିଛନ୍ତି। ବୁଧବାର ଅନୁଷ୍ଠିତ ଶୁଣାଣି ସମୟରେ ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମନ୍ନା କହିଛନ୍ତି ଯେ କେନ୍ଦ୍ର ଯେଉଁ ଭଳି ଭାବେ ନିଯୁକ୍ତି ଦେଇଛନ୍ତି, ତାହା ନିଶ୍ଚିତ ପକ୍ଷେ ଅସନ୍ତୋଷର ବିଷୟ।

ଏହା ଉପରେ ଆଟର୍ଣ୍ଣି ଜେନେରାଲ (ଏଜେ) କେ.କେ ଭେଣୁଗୋପାଲ କହିଛନ୍ତି ଯେ ସୁପାରିସରେ ପଠାଯାଇଥିବା ନାମକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର କେନ୍ଦ୍ର ନିକଟରେ ଅଛି। ଆଟର୍ଣ୍ଣୀ ଜେନେରାଲଙ୍କ ଉତ୍ତରରେ, ସିଜେଆଇ ରମନ୍ନା ଏବଂ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ଼, ଏଲ୍.ଏନ୍ ରାଓ କହିଛନ୍ତି ଯେ ସୁପ୍ରିମକୋର୍ଟର ୨ ଜଣ ବିଚାରପତି ଏବଂ ସରକାରୀ ମନ୍ତ୍ରଣାଳୟର ୨ ସଚିବଙ୍କୁ ନେଇ ଚୟନ ପ୍ୟାନେଲ ଦ୍ୱାରା ପଠାଯାଇଥିବା ନାମକୁ ଅବମାନନା କରାଯାଉଛି।

ଏହି ମାମଲା ପାଇଁ ସିଜେଆଇଙ୍କୁ ନେଇ ଗଠିତ ପୀଠ କହିଥିଲା କି ପଠାଯାଇଥିବା ନାମକୁ ପ୍ରତ୍ୟାଖ୍ୟାନ କରିବାର କାରଣ ଦର୍ଶାଇବାକୁ କେନ୍ଦ୍ରକୁ ଦୁଇ ସପ୍ତାହ ସମୟ ପ୍ରଦାନ କରୁଛି। ଏହାପୂର୍ବରୁ ସରକାର ଏହାର ଉତ୍ତର ଦାଖଲ କରିବାକୁ ଏକ ସପ୍ତାହ ସମୟ ଦେଇଥିଲେ। ବୁଧବାର ଦିନ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ଏବଂ ମାଡ୍ରାସ ବାର ଆସୋସିଏସନର ଟ୍ରିବ୍ୟୁନାଲ ସଂସ୍କାର ଅଧିନିୟମ ୨୦୨୧ର ସାମ୍ବିଧାନିକ ବୈଦ୍ଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଅନେକ ମାମଲା ରୁଜୁ କରିଛନ୍ତି। ଶୁଣାଣି ଆରମ୍ଭରେ ଆଇନଜୀବୀ ଅରବିନ୍ଦ ଦତ୍ତ କହିଛନ୍ତି ଯେ ଟ୍ରିବ୍ୟୁନାଲରେ ନିଯୁକ୍ତି ନିୟମ ଅନୁଯାୟୀ ନୁହେଁ। NCLT (NATIONAL COMPANY LAW TRIBUNAL) ରେ ଜଷ୍ଟିସ୍ ଏସଆଇ ଚେମାର ନିଯୁକ୍ତି ନିୟମ ଅନୁଯାୟୀ ନୁହେଁ । ଏହି ସମୟରେ ନିଯୁକ୍ତି ଉପରେ ଉଠାଯାଇଥିବା ପ୍ରଶ୍ନକୁ ଦୃଷ୍ଟିରେ ରଖି ସିଜେଆଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top